ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଜବତ

0

କନ୍ଧମାଳ : କନ୍ଧମାଳ ଜିଲାର ବାଲିଗୁଡ଼ା-ଦାରିଙ୍ଗିବାଡ଼ି ୫୯ ନମ୍ବର ଜାତୀୟ ରାଜପଥ କାନ୍ଦିବାନ୍ଦା ଗାଁ ନିକଟରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓବାଦୀ ଓଡ଼ିଶା ଶାଖା ବାଘୁନା ଡ଼ିଭିଜିନାଲ କମିଟି ପକ୍ଷରୁ ଏହି ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗାଯାଇଥିବା ଜଣାପଡ଼ିଛି। ଏହି ବ୍ୟାନରରେ ଲୋକଙ୍କୁ ଭୋଟ ବର୍ଜନ କରିବା ସହ ବିପ୍ଲବୀ ଗଣ କମିଟି ପ୍ରତିଷ୍ଠା କରିବାକୁ ଆହ୍ବାନ ଦିଆଯାଇଛି । ଏହା ସହ ଜଣେ ନେତାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି । ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ବାକି ରହିଥିବା ବେଳେ ଏଭଳି ପୋଷ୍ଟର ସାଧାରଣ ଜନତାଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

Leave A Reply