ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା ମାଓବାଦୀ ନିହତ

0

କନ୍ଧମାଳ : ତୁମୁଡିବନ୍ଧ ନିକଟରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓ କ୍ୟାଡର ମୃତ୍ୟୁବରଣ କରିଥିବା ଜଣାପଡିଛି। ସେଠାରୁ ୪ଟି ବନ୍ଧୁକ, ୩ଟି ଗ୍ରେନେଡ ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଏସ୍‌ଓଜି ଓ ଡିଭିଏଫ୍ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଛି। ଏ ସମ୍ପର୍କରେ ଏଡିଜି ଅପରେସନ ଆର.ପି କୋଚେ ସୂଚନା ଦେଇଛନ୍ତି।

Leave A Reply