କମାଣ୍ଡର ସହ ଦୁଇ ନିହତ ; ଯବାନ ଆହତ

0

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ବୁଧବାର ଭୋର୍‍ରୁ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀଙ୍କ ସହ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସୁକୁମା ଏସ୍‍.ପିଙ୍କ ସୂଚନା ଅନୁଯାୟୀ ଗତକାଲି ଚିନ୍ତାଗୁଫା ଅଞ୍ଚଳରେ ଏକ ମାଓ ଶିବିର ଥିବା ଖବର ପାଇ କୁ୍‍ମ୍ବିଂ ଅପରେସନ କରାଯାଇଥିଲା। ପୁଲିସ ମାଓ ଶିବିର ନିକଟରେ ପହଞ୍ଚିବା ଦେଖି ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ।
ପୁଲିସର ଜବାବୀ ଗୁଳିଚାଳନାରେ ୮ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବା ମହିଳା ମାଓ କମାଣ୍ଡର ନୁପେ ମୁକ୍ତା ଏବଂ କ୍ୟାଡର ମାଓବାଦୀ ଉଇକା ସୁକା ନିହତ ହୋଇଛନ୍ତି। ବିପୁଳ ପରିମାଣର ବିସ୍ଫୋରକ, ବନ୍ଧୁକ, ଏବଂ ମାଓ ସାମଗ୍ରୀ ଜବତ ହୋଇଛି। ନିହତ ମାଓବାଦୀ ଦ୍ୱୟଙ୍କ ନାମରେ ଓଡ଼ିଶା ଏବଂ ଛତିଶଗଡ଼ରେ ୬୦ରୁ ଊର୍ଦ୍ଧ୍ବ ମାଓ ହିଂସା ମାମଲା ଥିବାବେଳେ ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲେ। ତେବେ ଏହି ଘଟଣାରେ ଆଉ କିଛି ମାଓବାଦୀ ମଧ୍ୟ ମୃତାହତ ହୋଇଥାଇପାରନ୍ତି ବୋଲି ପୁଲିସ ଆଶଙ୍କା କରୁଛି। ତେବେ ଗୁଳି ବିନିମୟରେ ଜଣେ ଡିଆର୍‍ଜି ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ଲାଗି ରାୟପୁର ପଠାଯାଇଛି। ଏହି ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଥିବା ଏସ୍‍.ପି ଅଭିଷେକ ମୀନା ସୂଚନା ଦେଇଛନ୍ତି।

Leave A Reply