ଦୁଇ ସଶସ୍ତ୍ର ମାଓ ସମର୍ଥକ ଗିରଫ

0

ନାରାୟଣପାଟଣା  : କୋରାପୁଟ ଏସପି କନୱର ବିଶାଲ ସିଂଙ୍କ ନିର୍ଦେଶକ୍ରମେ ଆଜି ସକାଳେ ଏସ୍‌ଓଜି ଟିମ୍‌ ନାଳପଦର ଗାଁରୁ ଦୁଇଜଣ ଦୁର୍ଦାନ୍ତ ସଶସ୍ତ୍ର ମାଓ ସମର୍ଥକ (ମିଲିସିଆ)ଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି। ପରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି। ଗିରଫ ଦୁଇଜଣ ହେଲେ କସମା ତାଡ଼ିଙ୍ଗି ଓ ମାସି ତାଡ଼ିଙ୍ଗି।
ଗତ ୨୦୧୭ ଏପ୍ରେଲରେ ପେଦାଇଟିକି ଗ୍ରାମର ରାତୁନୁ ପିଡ଼ିକାଙ୍କୁ ପୁଲିସ ଗୁପ୍ତଚର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ଘଟଣାରେ ଏମାନେ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply