ତୁଷାରପାତ ଯୋଗୁଁ ହିମାଚଳରେ ୩୦୦ ରାସ୍ତା ବନ୍ଦ

0

ଶିମଳା: ହିମାଚଳ ପ୍ରଦେଶରେ ଭୀଷଣ ତୁଷାରପାତ ଯୋଗୁଁ ଲୋକଙ୍କ ଦୁର୍ଦଶା ପୁଣି ବଢି ଯାଇଛି । ରାଜ୍ୟର ଜାତୀୟ ରାଜପଥ ସମେତ ୩୦୦ ସଡକରେ ଯାତୟତ ଠପ୍ ହୋଇଯାଇଛି । ରାଜ୍ୟର ୬ଟି ଜିଲ୍ଲାରେ ଲଗାତର ଭାରି ତୁଷାରପାତ ଯୋଗୁଁ ଜନଜୀବନ ଅସ୍ତ-ବ୍ୟସ୍ତ ହୋଇ ପଡିଛି । ସମଗ୍ର ଅଞ୍ଚଳ ବରଫର ଧଳା ଚାଦରରେ ଢାଙ୍କି ହୋଇ ରହିଛି ।

ଶିମଳାର ନାରକଣ୍ଡା, କୁଫରୀ ସହିତ ଅନ୍ୟ ଉଚ୍ଚତମ ଅଞ୍ଚଳରେ ଭୀଷଣ ତୁଷାରପାତ ଜାରି ରହିଛି । ଏହାର ପ୍ରଭାବରେ ଯାତାୟତ ବନ୍ଦ ରହିଛି । ନାରକଣ୍ଡାର ୫ ନମ୍ବର ଜାତୀୟ ରାଜପଥ ଉପରେ ପ୍ରାୟ ଏକ ଫୁଟ ଉଚ୍ଚତାରେ ବରଫ ପଡି ରହିଛି । ତୁଷାରପାତ ଯୋଗୁ କୁଲ୍ଲୁ ଜିଲାରେ ୩୦ରୁ ଅଧିକ ସଡକ ବନ୍ଦ ରହିଛି । ସିରମୋର ର କିଛି ଅଞ୍ଚଳରେ ଯାତାୟତା ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଏଚଆରଟିସି ବସ ସହିତ ଅନ୍ୟ ଗାଡି ମଧ୍ୟ ଫସି ରହିଛି । ମଣ୍ଡି ଜିଲାର ଥାଚଧାର ଓ ସରାଜ ଘାଟିରେ ତୁଷାରପାତ ଜାରି ରହିଛି । ଜିଲାର ୧୮ଟି ରାସ୍ତା ବନ୍ଦ ରହିଛି । କିଛି ଅଞ୍ଚଳରେ ବିଜୁଳି ନଥିବା ବେଳେ ପାଣି ପାଇପ୍ ମଧ୍ୟ ଜାମ ରହିଛି ।

Leave A Reply