ନୀଳଗିରିରେ କଂଗ୍ରେସ ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀଙ୍କୁ ବିରୋଧ

0

ନୀଳଗିରି : ଆସନ୍ତା ନିର୍ବାଚନ ପାଇଁ ସବୁ ଦଳରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ସାରିଥିବା ବେଳେ କେଉଁଠି ଗୁଳିକାଣ୍ଡ ତ ଅନ୍ୟ କେତେକ ସ୍ଥାନରେ ବିରୋଧ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ଖୋର୍ଦ୍ଧା ଓରବର ସିଂ ପଞ୍ଚାୟତାରେ ଗୁଳିକାଣ୍ଡ ଘଟିଥିବା ବେଳେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ କଂଗ୍ରେସ ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀଙ୍କୁ ବିରୋଧ କରାଯାଇଛି। ଆଶାୟୀ ପ୍ରାର୍ଥୀ ତଥା ପିସିସି ସଦସ୍ୟ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସମର୍ଥକମାନେ ମନୋଜାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିବା ସହ ଧସ୍ତାଧସ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ଏଥିରେ ନୀଳଗିରି ରାଜ ପରିବାରର ମନୋଜା ମଞ୍ଜରୀ ଦେବୀଙ୍କୁ ଦଳ ଟିକେଟ ଦେଇଥିଲା।

Leave A Reply