ମନହୋର ଲାଲ ଖଟ୍ଟରଙ୍କ ଘୋଷଣା; ହରିୟାଣାରେ ଲାଗୁ ହେବ ଏନଆରସି

0

ଚଣ୍ଡିଗଡ଼ : ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି)କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ରବିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ଘୋଷଣା କରିଛନ୍ତି ଯେ ଆସାମ ଭଳି ହରିୟାଣାରେ ଏନଆରସି ଲାଗୁ ହେବ। ଏହା ବ୍ୟତୀତ ହରିୟାଣାରେ ଆଇନ ଆୟୋଗ ଗଠନ କରିବା ଉପରେ ବିଚାର କରାଯାଉଛି ବୋଲି ସେ କହିଛନ୍ତି।

ମନହୋର ଲାଲ ଖଟ୍ଟର ରବିବାର ନିଜ ସରକାର ଦ୍ୱାରା ଗତ ୫ ବର୍ଷର କାର୍ଯ୍ୟାଳରେ ହୋଇଥିବା ବିଭିନ୍ନ କାର୍ଯ୍ୟର ସୂଚନା ଦେଇଥିଲେ। ଏଥିପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଖଟ୍ଟର କହିଥିଲେ ଯେ ପାର୍ଟି ଦ୍ୱ।।ରା ପାଞ୍ଚ ଦିବସୀୟ ମହାସମ୍ପର୍କ ଅଭିଯାନ ଅ।।ରମ୍ଭ ହୋଇଛି। ଖଟ୍ଟର ଏହି ଅବସରରେ ହରିୟାଣା ରାଜ୍ୟ ମାନବାଧିକାର ଆୟୋଗର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ (ଅବସରପ୍ରାପ୍ତ) ଏଚଏସ ଭଲ୍ଲା, ପୂର୍ବତନ ଆଡମିରାଲ ଜେ ଏସ ଲାମ୍ବା, ଲେପ୍ଟନାଣ୍ଟ (ଅବସରପ୍ରାପ୍ତ) ବଲଜିତ ସିଂହ ଜୟସୱାଲଙ୍କୁ ଭେଟିଥିଲେ। ହରିୟାଣା ସରକାର ପରିବାର ପରିଚୟପତ୍ର ଉପରେ ତତ୍ପରତାର ସହ କାର୍ଯ୍ୟ କରୁଛି। ଏହାର ଉପଯୋଗ ଜାତୀୟ ନାଗରିକ ପଞ୍ଜିକରଣରେ କରାଯିବ। ସେ ଏଥିପାଇଁ ଜଷ୍ଟିସ ଏଚଏସ ଭଲ୍ଲାଙ୍କ ପ୍ରୟାସର ପ୍ରଶଂସା କରିଥିଲେ। ଅବସର ପରେ ମଧ୍ୟ ଭଲ୍ଲା ଏନଆରସି ତଥ୍ୟର ଅଧ୍ୟୟନ ପାଇଁ ଆସାମ ଗସ୍ତରେ ଯିବେ ବୋଲି ମନୋହର ପ୍ରକାଶ କରିଛନ୍ତି। ମନୋହର ଲାଲ କହିଛନ୍ତି ଯ ତାଙ୍କ ସରକାର ଗତ ୫ ବର୍ଷର କାର୍ଯ୍ୟକାଳରେ କ’ଣ କରିଛି ତାହା ଲୋକଙ୍କ ପାଖରେ ପହଞ୍ଚାଇବା ସହ ଆଗକୁ କ’ଣ କରାଯିବ ସେନେଇ ଲୋକଙ୍କ ପରାମର୍ଶ ନେବା ତାଙ୍କ ଉଦ୍ଦେଶ୍ୟ ରହିଛି। ଏଥିପାଇଁ ସମାଜିକ ସମୀକ୍ଷା ବ୍ୟବସ୍ଥା ଲାଗୁ କରାଯିବ ବୋଲି।

Leave A Reply