ଫିଟନେସ୍‍ ଆହ୍ୱାନ ଗ୍ରହଣ କଲେ ମନିଷ ତିୱାରୀ

0

ନୂଆଦିଲ୍ଲୀ: କେନ୍ଦ୍ର ଖେଳମନ୍ତ୍ରୀ ରାଜବର୍ଦ୍ଧନ ସିଂ ରାଠୋର ଆରମ୍ଭ କରିଥିବା ସୁସ୍ଥ ଆହ୍ୱାନ ବା ଫିଟନେସ ଚ୍ୟାଲେଞ୍ଜ ଦିନକୁ ଦିନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିକୁ ସମାଲୋଚନା କରିଥିଲା। କିନ୍ତୁ ଆଜି କଂଗ୍ରେସ ନେତା ତଥା ପୂର୍ବତନ ସୂଚନା ପ୍ରସାରଣ ମନ୍ତ୍ରୀ ମନିଷ ତିୱାରୀ ଏକ ଭିଡିଓ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟକରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। କଂଗ୍ରେସ ନେତା ମନିଷ ତିୱାରୀ ପୁସ ଅପ ମାରି ଏହି ଫିଟନେଓ ଆହ୍ୱାନକୁ ଗ୍ରହଣ କରଛନ୍ତିି। ସେ ପୋଷ୍ଟରେ ଲେଖିଛନ୍ତି, ଯେଉଁମାନେ ନିଜକୁ ସବୁଠୁ ସୁସ୍ଥ ବୋଲି ମାନିଥାନ୍ତି ସେମାନଙ୍କ ପାଇଁ ମୋର ଆହ୍ୱାନ – ଦେଖିବା କିଏ କେତେ ପୁସଅପ୍‍ ମାରିପାରୁଛି’ – ଏଭଳି କହି ସେ ବିଜେପିକୁ ଆହ୍ୱାନ ଦେଇଥିବା ଚର୍ଚ୍ଚା ହେଉଛି।
ମନିଷ ତିୱାରୀଙ୍କ ଏହି ଭିଡିଓ ଉପରେ କିଛି ବ୍ୟକ୍ତି ମତ ଦେଇଛନ୍ତି ସେ ଶୀଘ୍ର ବିଜେପିରେ ଯୋଗଦେବାର ଯୋଜନା ରହିଛି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ଫିଟନେସ ଚ୍ୟାଲେଞ୍ଜକୁ ସମାଲୋଚନା କରି କହିଥିଲେ, ପେଟ୍ରୋଲ ଦର କମାଇବାର ଆହ୍ୱାନକୁ ମୋଦି ଗ୍ରହଣ କରନ୍ତୁ।

Leave A Reply