ଆମ୍ବ ଟାକୁଆ ଖାଇ ୨ ମୃତ, ୨ ଗୁରୁତର

0

ନବରଙ୍ଗପୁର: ଆମ୍ବ ଟାକୁଆ ଖାଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ଗୁରୁତର ମାନଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥିବାର ଜଣା ପଡିଛି।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ମଇନାପଦର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାରର ସଦସ୍ୟମାନେ ଆମ୍ବ ଟାକୁଆରେ ତିଆରି ହୋଇଥିବା ଗୁଣ୍ଡକୁ ମାଣ୍ଡିଆ ସହିତ ଖାଇଥିଲେ। ଏହା ଖାଇବା ପରେ ସମସ୍ତଙ୍କର ବାନ୍ତି ହୋଇଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଝରିଗାଁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ନମିତା ସାନ୍ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ସମସ୍ତଙ୍କୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ବେଳେ ରାସ୍ଥାରେ ସୁଧାମଣି ସାନ୍ତାଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ୫ବର୍ଷର ବାଳକ ପ୍ରକାଶ ଓ ପ୍ରମିଳା ସାନ୍ତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣା ପଡିଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥିବାର ଜଣା ପଡିଛି।

Leave A Reply