ଗୋଟିଏ ଗଛ, ଅଠର ପ୍ରକାର ଆମ୍ବ

0

ବିଭିନ୍ନ ଜ୍ଞାନକୌଶଳ ବ୍ୟବହାର କରାଯାଇ ଗୋଟିଏ ଗଛରେ ଦୁଇ ବା ତିନି ପ୍ରକାର ଆମ୍ବ ଫଳା ଯାଇପାରୁଥିବା ଦେଖିଥିଲେ । ଏଠି କିନ୍ତୁ ଗୋଟିଏ ଗଛରେ ଅଠର ପ୍ରକାର ଆମ୍ବ ଫଳିଛି । ହାଇଦ୍ରାବାଦର କୃଷ୍ଣା ଜିଲା ଅନ୍ତର୍ଗତ ବଦଲାମାନୁ ଗ୍ରାମର ୨୪ବର୍ଷୀୟ ଚାଷୀ କୁପ୍ପାଲା ରାମ ଗୋପାଲା କୃଷ୍ଣା ଏଭଳି ସଫଳତା ହାସଲ କରିପାରିଛନ୍ତି । ୨୦୧୫ ମସିହାରେ କୃଷ୍ଣାଙ୍କ ଆମ୍ବ ବଗିଚାରେ ଭଲ ଫଳ ହେଉନଥିଲା । ତେଣୁ ସବୁ ଆମ୍ବଗଛ କାଟିଦେବା ଲାଗି ଲୋକେ ତାଙ୍କୁ ପରାମର୍ଶ ଦେଉଥିଲେ ।

ହେଲେ, ସେଇ ଆମ୍ବଗଛରୁ ସଫଳତା ପାଇବା ଲାଗି ନିଷ୍ପତ୍ତି ନେଇଥିଲେ କୃଷ୍ଣା । ଏହା ମଧ୍ୟରେ ସେ ଗ୍ରାଫ୍ଟିଙ୍ଗ କୌଶଳ ସମ୍ପର୍କରେ ପଢିଲେ । ଏଥିରେ ବିଭିନ୍ନ ଗଛର କୋଷକୁ ଏକାଠି ଗୋଟିଏ ସ୍ଥାନରେ ବଢିବାର ବ୍ୟବସ୍ଥା କରାଯାଏ । ନିଜ ବଗିଚାରେ ଏପରି କରିବା ଲାଗି ସେ ସାଙ୍ଗସାଥୀଙ୍କୁ କହିବାରୁ ସେମାନେ ଏହାକୁ ହସରେ ଉଡାଇ ଦେଇଥିଲେ । କିନ୍ତୁ ଶେଷରେ କୃଷ୍ଣାଙ୍କ ସଫଳତା ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଥିଲା । ତାଙ୍କର ଏପରି କାମ ସ୍ଥାନୀୟ କୃଷକଙ୍କ ସହ ସରକାରୀ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏପରିକି ଜିଲାପାଳ ମଧ୍ୟ କୃଷ୍ଣାଙ୍କ ଆମ୍ବ ବଗିଚା ପରିଦର୍ଶନରେ ଆସିଥିଲେ । ଏବେ ଆନ୍ଧ୍ରପ୍ରଦେଶର ମ୍ୟାଙ୍ଗୋମ୍ୟାନ୍‍ ଭାବେ ନୂଆ ପରିଚୟ ହାସଲ କରିଛନ୍ତି କୃଷ୍ଣା ।

Leave A Reply