ମ୍ୟାଙ୍ଗୋ ମଫିନ୍ସ

ଆବଶ୍ୟକ ସାମଗ୍ରୀ :

ମଇଦା – ୧କପ୍‌

କ୍ଷୀର – ଦେଢ କପ୍

ଚିନି (ପେଷା) – ୩ ଚାମଚ

ଆମ୍ବ (କଟା) – ୧ କପ୍

କୋଳି – ଅଧା କପ୍

ଗୁଜୁରାତି ଗୁଣ୍ଡ – ୧ ଚାମଚ

କ୍ଷୀର – ୧ କପ୍

ଲହୁଣୀ – ଛୋଟ ଚାମଚ

ଲୁଣ – ଆବଶ୍ୟକ ଅନୁଯାୟୀ

ବେକିଙ୍ଗ ସୋଡା – ଆବଶ୍ୟକ ଅନୁଯାୟୀ

ବେକିଙ୍ଗ ପାଉଡର – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ ମଇଦା, ବେକିଙ୍ଗ ସୋଡା ଓ ବେକିଙ୍ଗ ପାଉଡର ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ଅନ୍ୟ ଏକ ପାତ୍ରରେ ବହଳିଆ କ୍ଷୀର, ଲହୁଣୀ, କୋଳି ଓ କାଟିଥିବା ଆମ୍ବକୁ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ସେଥିରେ ଲୁଣ, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ମିଶାଇ ଦିଅନ୍ତୁ। ଆମ୍ବର ମିଶ୍ରଣରେ ଅଳ୍ପ ମଇଦା ପକାଇ ମିଶାନ୍ତୁ। ତାପରେ ଓଭନକୁ ୧୮୦ ଡିଗ୍ରୀରେ ଗରମ କରନ୍ତୁ। ତାପରେ ମଫିନ୍‌ରେ ପ୍ରସ୍ତୁତ କରିଥିବା ସମସ୍ତ ମିଶ୍ରଣକୁ ଢାଳନ୍ତୁ। ଓଭନ ଗରମ ହୋଇଗଲା ପରେ ତାହାକୁ ୨୦ମିନିଟ ପାଇଁ ୧୮୦ ସେଣ୍ଟିଗ୍ରେଡ୍‌ କରି ମଫିନରେ ରଖିଥିବା ମିଶ୍ରଣକୁ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ତାହାକୁ ଓଭନରୁ ବାହାର କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମ୍ୟାଙ୍ଗୋ ମଫିନ୍ସ। ଏହା ଉପରେ ଆମ୍ବକୁ ଛୋଟ ଛୋଟ କରି କାଟି ସଜାଇ ଦିଅନ୍ତୁ।

Comments are closed.