କ’ଣ ଆପଣ ବି ଆମ୍ବପ୍ରେମୀ କି? ତେବେ ବଢିପାରେ ଓଜନ, ଆପଣାନ୍ତୁ ଆମ୍ବ ଖାଇବାର ସଠିକ୍‍ ପ୍ରଣାଳୀ

0

ଖରାଦିନ ଆସିବା ମାତ୍ରେ ହିଁ ଆମ୍ବର ମିଠା ସ୍ୱାଦ ମନେ ପଡ଼ିଯାଇଥାଏ। ହେଲେ ପିଲାଠୁ ବୃଦ୍ଧ ସମସ୍ତଙ୍କ ପସନ୍ଦ ଏହି ଫଳରେ ଶର୍କରା ପରିମାଣ ଅଧିକ ଥିବା ହେତୁ ଏହାକୁ ଓଜନ ବୃଦ୍ଧିର କାରଣ ବୋଲି ଦର୍ଶା ଯାଇଥାଏ। ତେଣୁ ଆମ୍ବପ୍ରେମୀମାନଙ୍କ ମନରେ ବହୁତ ସମୟ ଏହି ପ୍ରଶ୍ନ ଉଙ୍କି ମାରିଥାଏ ଯେ କ’ଣ ସତରେ ଆମ୍ବ ଖାଇବା ଦ୍ୱାରା ଓଜନ ବଢିଥାଏ? ଏ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୌମ୍ୟା ଶତାକ୍ଷୀ ଆମ୍ବ ଖାଇବାର ପ୍ରଣାଳୀ ଓ ଏହାକୁ ଖାଇବା ସମୟରେ କିଛି ମନେ ରଖିବା କଥା କହିଛନ୍ତି।
-ଆମ୍ବ ଏକ ସମ୍ପୂର୍ଣ୍ଣ ଆହାର ନୁହେଁ କିନ୍ତୁ ଏଥିରେ ଭିଟାମିନ୍‍ ଏ, ଲୌହ ଓ ପୋଟାସିୟମ୍‍ ଭଳି ବିଭିନ୍ନ ପୋଷକ ତତ୍ତ୍ୱ ରହିଥାଏ।
-ଆମ୍ବ ଶରୀର କୁ ଶକ୍ତି ଯୋଗାଉଥିବା ଏକ ଖାଦ୍ୟ ଯାହା ଶରୀରରେ ପ୍ରଚୁର ପରିମାଣରେ ଶର୍କରା ତିଆରି କରିଥାଏ। ଯଦ୍ୱାରା ଏହା ଶରୀରକୁ ବଳଶାଳୀ କରିଥାଏ ଓ ପୂରା ଦିନ ସ୍ଫୁର୍ତ୍ତିବାନ ରହିଥାଏ।
-ଏହା ଭିଟାମିନ୍‍ ସି ର ଭଣ୍ଡାର, ଯାହା ଶରୀରର ପ୍ରତିରୋଧକ ଶକ୍ତି ବଢାଇଥାଏ।
-ଅଧିକ ଆମ୍ବ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ।
-ଏକ ମଧ୍ୟମ ଆକାରର ଆମ୍ବରୁ ପ୍ରାୟ ୧୫୦ କ୍ୟାଲୋରୀ ଶକ୍ତି ମିଳିଥାଏ। ଆବଶ୍ୟକତାରୁ ଅଧିକ କ୍ୟାଲୋରୀ ଗ୍ରହଣ କରିବା ଦ୍ୱାରା ଓଜନ ବଡିଥାଏ।
-ଖାଦ୍ୟ ଖାଇବା ପରେ ଆମ୍ବ ଖାଇବା ଦ୍ୱାରା ସମ୍ପୂର୍ଣ୍ଣ କ୍ୟାଲୋରୀ ର ମାତ୍ରା ବଢିଯାଇଥାଏ। ତେଣୁ ଜଳଖିଆ ସମୟରେ ଆମ୍ବ ଖାଇବା ଆବଶ୍ୟକ।

Leave A Reply