ଖରାଦିନିଆ ବ୍ୟଞ୍ଜନ: ‘ମ୍ୟାଙ୍ଗୋ ଡାଲ୍’

0

ରେସ୍ତୋରାଁ ହେଉ କିମ୍ବା ହୋଟେଲ, ଡାଲି ମେନୁରେ ସଂଖ୍ୟାଧିକ ପ୍ରକାରର ନାମ ରହିଥାଏ। ହେଲେ ‘ମ୍ୟାଙ୍ଗୋ ଡାଲି’ର ମେନୁ କେବଳ କେରଳୀ ରେସ୍ତୋରାଁରେ ହିଁ ଦେଖିବାକୁ ମିଳେ।

ଖରାଦିନେ ସେଠାକାର ଏହା ପ୍ରମୁଖ ବ୍ୟଞ୍ଜନ। ସ୍ଥାନୀୟ ଭାଷାରେ ବ୍ୟଞ୍ଜନଟି ‘ମାମିଡିକାୟା ପପ୍ପୁ’ ନାମରେ ଜଣାଯାଏ। ଏହି ଡାଲି ଶରୀରକୁ ଶୀତଳତା ପ୍ରଦାନ କରିଥାଏ ବୋଲି ସ୍ଥାନୀୟ ଲୋକଙ୍କ ମତ।

ମ୍ୟାଙ୍ଗୋ ଡାଲ୍ ପାଇଁ ଆବଶ୍ୟକ ସାମଗ୍ରୀ:
କଞ୍ଚା ଆମ୍ବ ୨ଟି( ଛୋଟ ଆକାରରେ କଟା), ଡାଲି ୨୦୦ ଗ୍ରାମ୍, ଟମାଟୋ- ଗୋଟିଏ(ଚୁନାଚୁନା କଟା), ହଳଦୀ-ଚିମୁଟାଏ, ପିଆଜ-ଗୋଟିଏ(ଦୁଇ ଫାଳ ହୋଇଥିବା) ରସୁଣ- ୪ କୋଲା, କଞ୍ଚା ଲଙ୍କା-୨ଟି, ହେଙ୍ଗୁ ଅଳ୍ପ, ଭୃର୍ସୁଙ୍ଗ ପତ୍ର- ୪-୫ଟି, ତେଲ ଓ ଲୁଣ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି:

ପ୍ରଥମେ ଡାଲିକୁ ବତୁରାଇ ଦିଅନ୍ତୁ। ୧୫ ମିନିଟ୍ ପରେ ପ୍ରେସର କୁକୁରରେ ଡାଲି, କଟା ଟମାଟୋ, ଆମ୍ବ ପକାଇ ପରେ ଲୁଣ ଓ ହଳଦୀ ମିଶାଇବେ। ଚୁଲାରେ ବସାଇ ୩-୪ଟି ହୁଇସିଲ୍ ଦିଅନ୍ତୁ। କଡେଇ ଆଣି ତାହାକୁ ଚୁଲାରେ ବସାନ୍ତୁ। ଗରମ ହେବା ପରେ ସେଥିରେ ତେଲ ପକାଇବେ। ଏବେ ଶୁଖିଲା ଲଙ୍କା ଓ ହେଙ୍ଗୁ ପକାଇ ୨ମିନିଟ୍ ଅପେକ୍ଷା କରିବେ। ସେହି ସମୟରେ ପିଆଜ,ରସୁଣକୁ ଭଲଭାବେ ଛେଚିବେ। ଏବେ ଏହି ମିଶ୍ରଣକୁ କଡ଼େଇରେ ପକାନ୍ତୁ। ଭୁର୍ସୁଙ୍ଗ ପତ୍ର ପକାଇ ସିଝିଥିବା ଡାଲିକୁ ମଧ୍ୟ ଏକତ୍ର ମିଶାନ୍ତୁ। ଡାଲି ଭଲଭାବେ ଫୁଟିବା ପରେ ‘ମ୍ୟାଙ୍ଗୋ ଡାଲ୍ ’ ପ୍ରସ୍ତୁତ। ଗରମଗରମ ଡାଲି ଭାତ ସହ ଖାଇବାର ମଜା ନିଅନ୍ତୁ।

Leave A Reply