ନିଜର ବିଶେଷତ୍ୱ ପାଇଁ ପ୍ରସିଦ୍ଧ ଏହି ମନ୍ଦିର

ନିଜର ଅପରୂପ ସୌନ୍ଦର୍ଯ୍ୟ ପାଇଁ କାଶ୍ମୀର ପାହାଡ଼ ବିଶ୍ୱରେ ପ୍ରସିଦ୍ଧ। ମାତ୍ର କାଶ୍ମୀରରେ ଥିବା ଏହି ମନ୍ଦିର ବିଷୟରେ ଖୁବ କମ ଲୋକେ ଜାଣନ୍ତି। ଏହି ମନ୍ଦିରରେ ଏକ କୁଣ୍ଡ ରହିଛି, ଯାହାର ଜଳ କୌଣସି ବିପଦ ଆଣିବା ସମୟରେ କଳା ରଙ୍ଗ ହୋଇଯାଏ ବୋଲି ମାନ୍ୟତା ରହିଛି। ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଏହି ମନ୍ଦିରର ଏପରି ଏକ ବିଶେଷତ୍ୱ ରହିଛି। ଜାଣନ୍ତୁ ଏହି ମନ୍ଦିର ବିଷୟରେ ….
କାଶ୍ମୀର ଗାନ୍ଦରବଲ ଜିଲାରେ ଥିବା ତୁଲମୁଲା ଗ୍ରାମରେ ମା’ ଖୀର୍‍ ଭବାନୀଙ୍କ ମନ୍ଦିର ରହିଛି। ଏଠାରେ ପ୍ରତିବର୍ଷ ଜୁନ ମାସରେ ମେଳାର ଆୟୋଜନ କରାଯାଏ। ଜୁନ ମାସର ଶୁକ୍ଳପକ୍ଷର ଜ୍ୟେଷ୍ଠ ଅଷ୍ଟମୀ ବହୁ ସଂଖ୍ୟାରେ ଲୋକେ ଏଠାରେ ମେଳା ଦେଖିବାକୁ ଆସିଥାଆନ୍ତି।
ଏହି ମନ୍ଦିରର ମୁଖ୍ୟ ବିଷେଶତ୍ୱ ହେଉଛି ଦେଶରେ କୌଣସି ବିପଦ ଆସିବା ପୂର୍ବରୁ ମନ୍ଦିରର କୁଣ୍ଡର ପାଣି କଳା ରଙ୍ଗ ହୋଇଯାଏ ବୋଲି ମାନ୍ୟତା ରହିଛି। ପ୍ରତିବର୍ଷ ବହୁ ସଂଖ୍ୟାରେ ଏଠାରେ ଭକ୍ତଙ୍କ ଭିଡ଼ ଦେଖାଯାଏ। ଏଠାରେ ମା’ଙ୍କୁ ଖିରରେ ପ୍ରସ୍ତୁତ ପଦାର୍ଥ ଓ ଖିରୀ ଭୋଗ ପାଇଁ ଅର୍ପଣ କରାଯାଏ।
ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମନ୍ଦିରର ପରିସରରେ ଥିବା ଝରଣାରେ ଖିର ଓ ଖିରୀ ମାତାଙ୍କୁ ଅର୍ପଣ କରିଥାଆନ୍ତି। ମନ୍ଦିର ପରିସରରେ ଶ୍ରଦ୍ଧାଳୁ ମାନେ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

Comments are closed.