ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କଲେ ସୁରକ୍ଷା ଆୟୋଗ ସଦସ୍ୟା

ପାରାଦୀପ : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର ବୁଧବାର ପାରାଦୀପ ଲୋକନାଥ ଶିକ୍ଷାଶ୍ରମ ସମେତ ବିଭିନ୍ନ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଛନ୍ତି। ସେ ଆଜି ଦିନରେ ପାରାଦୀପ ଗଡ଼, ନିମିଡିହ, ଅଠରବାଙ୍କୀ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପରିଦର୍ଶନ କରି ସମସ୍ତ ପ୍ରକାର ବ୍ୟବସ୍ଥାର ଜାଞ୍ଚ କରିଛନ୍ତି। ଲୋକନାଥ ଶିକ୍ଷାଶ୍ରମରେ ଥିବା ସମସ୍ୟା ବିଷୟରେ ଜିଲାପାଳଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି।

Comments are closed.