ଓଲ୍‍ଗାଙ୍କୁ ଚଳିତ ବର୍ଷର ମ୍ୟାନ୍‍ ବୁକର ପୁରସ୍କାର

0

ଲଣ୍ଡନ: ପୋଲାଣ୍ଡର ଲେଖକ ଓଲ୍‍ଗା ଟୋକାରସୁକ୍‍ଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ମ୍ୟାନ୍‍ ବୁକର ଇଣ୍ଟରନ୍ୟାଶ୍‍ନାଲ୍‍ ପୁରସ୍କାର ମିଳିବ। ଫ୍ଲାଇଟ୍‍ ଉପନ୍ୟାସ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ପୋଲାଣ୍ଡର ପ୍ରଥମ ଲେଖକ ଭାବରେ ଓଲ୍‍ଗାଙ୍କୁ ଏହି ପୁରସ୍କାର ମିିଳିବାକୁ ଯାଉଛି। ସପ୍ତଦଶ ଶତାବ୍ଦୀରେ ଏକ ମୃତ୍ୟୁ ପରର କାହାଣୀକୁ ନେଇ ଏହି ଉପନ୍ୟାସର କାହାଣୀ ଗତିଶୀଳ ହୋଇଛି। ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବାକୁ ଥିବା ୫୦ ହଜାର ବ୍ରିଟିଶ୍‍ ପାଉଣ୍ଡ ଲେଖକ ଓ ଅନୁବାଦକ ଜେନିଫର କ୍ରୋଫ୍ଟଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ।

Leave A Reply