ଭାଣିଜୀର କାଠଫାଳିଆ ମାଡ଼ରେ ମାମୁଁ ମୃତ

ବାଲେଶ୍ୱର : ବାଲେଶ୍ବର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ସାହାଦା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଭାଣିଜୀର କାଠ ଫାଳିଆ ମାଡ଼ରେ ମାମୁଁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାଁ ତେଲି ସିଂ(୪୨)। ଭାଣିଜୀ ଗୁରୁବାରୀକୁ ପୁଲିସ୍ ଗିରଫ କରିଛି।

ସୂଚନା ଅନୁସାରେ, ଗୁରୁବାରୀ ତାଙ୍କ ମାମୁଁ ଘରେ ରହୁଥିଲେ ଏବଂ ତାଙ୍କ ସ୍ୱାମୀ ବାହାରେ ରହୁଥିଲେ। କୌଣସି କାରଣରୁ ଶୁକ୍ରବାର ମାମୁଁ ଓ ମାଇଁଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହି ସମୟରେ ଗୁରୁବାରୀ ଉତକ୍ଷିପ୍ତ ହୋଇ ତାଙ୍କ ମାମୁଁଙ୍କ ମୁଣ୍ଡକୁ ଏକ କାଠ ଫାଳିଆରେ ପିଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

 

Comments are closed.