ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ମମତାଙ୍କ ଟାର୍ଗେଟ; କହିଲେ କିଛି ଲୋକ ବିଜେପି ମୁଖପାତ୍ର ଭଳି କାମ କରୁଛନ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିସ କରିଥିବା ରାଜ୍ୟପାଳ ଭଗତ ସିଂହ କୋସିଆରୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟାର୍ଗେଟ କରିଛନ୍ତି। କୋସିଆରୀଙ୍କ ଉଦ୍ଦେଶ୍ୟରେ ମମତା କହିଛନ୍ତି, ସମ୍ବିଧାନିକ ପଦରେ ବସିଥିବା କିଛି ଲୋକ ବିଜେପିର ମୁଖପାତ୍ର ଭଳି କାମ କରୁଛନ୍ତି।

ମମତା କହିଛନ୍ତି, ସମ୍ବିଧାନିକ ପଦରେ ଅଧିଷ୍ଠିତ ଲୋକ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବା ଅନୁଚିତ ଏବଂ କେନ୍ଦ୍ର ବି ଏହା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ମୁଁ ସାଧାରଣ ସ୍ତରରେ ସମ୍ବିଧାନିକ ପଦଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ନ ଥାନ୍ତି, କିନ୍ତୁ କିଛି ଲୋକ ବିଜେପିର ମୁଖପାତ୍ର ଭଳି କାମ କରୁଛନ୍ତି। ମୋ ରାଜ୍ୟରେ ବି ଆପଣମାନେ ଦେଖୁଥିବେ କ’ଣ ଚାଲିଛି, ସେମାନେ ଏକ ସମାନ୍ତରାଳ ସରକାର ଚଳାଇବାକୁ ଚାହୁଁଛନ୍ତି। ସେ ଆହୁରି କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାର ଲୋକମାନଙ୍କ ଦ୍ବାରା ଚୟନ ହୋଇଥାଏ ଏବଂ ସଂଘୀୟ ବ୍ୟବସ୍ଥାକୁ ସମ୍ବିଧାନ ଅନୁସାରେ କାମ କରିବା ଜରୁରୀ। ସରକାରଙ୍କୁ କାମ କରିବାକୁ ଦିଆଯିବା ଉଚିତ।

Comments are closed.