କବିତା ଲେଖି ବିଜେପିକୁ ଟାର୍ଗେଟ କଲେ ମମତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ଏଣ୍ଟ୍ରି ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ(ଟିଏମସି) ଏକପ୍ରକାର ଦୋହଲି ଯାଇଛି। ତଥାପି ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଗ୍ରହଣ କରୁନାହାନ୍ତି। ବରଂ ବିଜେପିକୁ ଟାର୍ଗେଟ କରି ସେ ଏକ କବିତା ଲେଖି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କବିତାର ଶୀର୍ଷକ ରହିଛି ‘ଆଇ ଡୋଣ୍ଟ ଆଗ୍ରି’। ଅର୍ଥାତ ‘ମୁଁ ସହମତ ନୁହେଁ’। ମମତା ସାମ୍ପ୍ରଦାୟିକତାର ରଙ୍ଗରେ ବିଶ୍ଵାସ କରନ୍ତି ନାହିଁ ବୋଲି ଏହି କବିତାରେ ଦର୍ଶାଇଛନ୍ତି।

ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନ ଥିବାବେଳେ ସେଥିରୁ ୧୮ଟିରେ ବିଜେପି ପ୍ରାର୍ଥୀ ଜିତିଛନ୍ତି। ୨୨ଟି ଆସନ ଟିଏମସି ହାତକୁ ଯାଇଛି। ତେବେ ଗତ ୨୦୧୪ ନିର୍ବାଚନରେ ବିଜେପି ମାତ୍ର ୨ଟି ଆସନ ଅକ୍ତିଆର କରିଥିଲାବେଳେ ଏଥର ମୋଦୀ ହାୱା ଯୋଗୁ ଦଳ ଅଧିକ ସଂଖ୍ୟକ ଆସନରେ ବାଜିମାତ କରିଛି।

Comments are closed.