ନିର୍ବାଚନରେ ବିଫଳତା : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ମମତାଙ୍କ ଆଗ୍ରହ

କଲକତା : ଲୋକସଭା ନିର୍ବାଚନରେ ବିଜେପିର ଅଦ୍ଭୁତପୂର୍ବ ବିଜୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଓ ବିବ୍ରତ ହୋଇ ପଡିଛନ୍ତି । ସମସ୍ତ ଉଦ୍ୟମ ସତ୍ତ୍ବେ ପଶ୍ଚିମବଙ୍ଗରେ ବିଜେପିର ଗତିରୋଧ କରିବାରେ ବିଫଳ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ମମତା ବାନାର୍ଜୀ ଆଗ୍ରହ ପ୍ରକାଶ କରିଛନ୍ତି ।
ଶନିବାର କଲକତାରେ ଏକ ଗଣମାଧ୍ୟମ ସମ୍ମିଳନୀରେ ମମତା ଇସ୍ତଫା ଦେବା ପାଇଁ କହିଛନ୍ତି । କିନ୍ତୁ ସେ ତୃଣମୂଳ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିବେ ବୋଲି ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ କ୍ରୋଧ ପ୍ରକଟ କରି ସେ କହିଛନ୍ତି ’ଆମ ବିରୋଧରେ କେନ୍ଦ୍ର ସରକାର କାମ କରିଛି । କେନ୍ଦ୍ର ଆମ ପାଇଁ ଜରୁରୀ ପରିସ୍ଥିତି ଭଳି ଅବସ୍ଥା ସୃଷ୍ଟି କରିଛି । ହିନ୍ଦୁ-ମୁସଲମାନଙ୍କୁ ନେଇ ଭୋଟ ବିଭାଜନ ବିଭାଜନ କରାଯାଇଛି । ମୁଁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲି କିନ୍ତୁ କୌଣସି ସୁଫଳ ମିଳି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।’

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଚଳିତ ନିର୍ବାଚନରେ ବିଜେପି ସହ ଟିଏମସିର ଜୋଦାର ଟକ୍କର ଦେଖିବାକୁ ମିଳିଛି । ବିଜେପି ଏଠାରେ ୧୮ଟି ଲୋକସଭା ଆସନରେ ବିଜୟୀ ହୋଇଛି । ଟିଏମସିକୁ ୨୨ଟି ଆସନ ମିଳିଛି ।

Comments are closed.