ମମତାଙ୍କ ସହ ହାତ ମିଳାଇବେ ଶତ୍ରୁଘ୍ନ!

0

ନୂଆଦିଲ୍ଲୀ: ଦେଶରେ ୨୦୧୯ ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଙ୍କ କଷାକଷି ଆରମ୍ଭ ହୋଇଗଲାଣି। କର୍ଣ୍ଣାଟକ ନିର୍ବାଚନ ପରେ କଂଗ୍ରେସ ଏକ ଆମୋଘ ଅସ୍ତ୍ର ହାସଲ କରିଛି ବୋଲି ରାଜନୈତିକ ସମିକ୍ଷକ ମାନେ ମତପ୍ରକାଶ କରିଛନ୍ତି। ସେହିପରି ବିଜେପି କେନ୍ଦ୍ରରେ ଚାରିବର୍ଷ ପୁର୍ତ୍ତି ଅବସରରେ ଲୋକମାନଙ୍କୁ ନିଜର ରାଜନୈତିକ ସଫଳତା ବିଷୟରେ ବଖାଣୁଛି।
କିନ୍ତୁ ବିଜେପିରେ ଅନେକ ସାସଂଦ ଅଛନ୍ତି ଯେଉଁମାନେ ବିଜେପିର କାର୍ଯ୍ୟକଳାପ ଉପରେ ଖପ୍ପା ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ତଥା ସାସଂଦ ଶତ୍ରୁଘ୍ନ ସିହ୍ନା ଜଣେ। ସାସଂଦ ସିହ୍ନା ବିଭିନ୍ନ ସମୟରେ ଦଳୀୟ କାର୍ଯ୍ୟକଳାପ ଉପରେ ସମାଲୋଚନା କରିଆସୁଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ଆସାନସୋଲ ଲୋକସଭା ମଣ୍ଡଳୀରୁ ସାସଂଦ ସିହ୍ନା ବିଜେପି ସାସଂଦ ବାବୁଲ ସୁପ୍ରିୟଙ୍କ ବିରୋଧରେ ଟି.ଏମ୍‍.ସି ତରଫରୁ ଲଢିବେ ବୋଲି ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି ହୋଇଛି। ଏହି ଗୁଜବ ବିଜେପି ସାସଂଦ ବାବୁଲ ସୁପ୍ରିୟ ପାଖରେ ପହଞ୍ଚିଛି। ସାସଂଦ ବାବୁଲ ସୁପ୍ରିୟ ମଧ୍ୟ ଟୁଇଟ୍‍ କରି କହିଛନ୍ତି, ଶତ୍ରୁଘ୍ନ ଟି.ଏମ.ସି ତରଫରୁ ଲଢିବା ଶୁଣି ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ବାବୁଲ ସୁପ୍ରିୟ ପଶ୍ଚିମବଙ୍ଗ ଆସନସୋଲ ଲୋକସଭା ଆସନରୁ ବିଜେପି ବିଧାୟକ ଅଛନ୍ତି।

Leave A Reply