ଉଦଘାଟନ ହେଲା ମାଲ୍ୟବନ୍ତ ମହୋତ୍ସବ ; ‘ସମାଜ’ ଷ୍ଟଲକୁ ଲୋକାପର୍ଣ୍ଣ କଲେ ମନ୍ତ୍ରୀ

0

ମାଲକାନଗିରି : ମାଲକାନଗିରି ଜିଲା ମାଲ୍ୟବନ୍ତ ମହୋତ୍ସବ ଉଦଘାଟନ ହୋଇଯାଇଛି। ଆଦିବାସୀ ମାନଙ୍କର ଲୋକକଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ଏହି ଉତ୍ସବ ଆୟୋଜନ ଜିଲା ପ୍ରଶାସନ ତରଫରୁ ପ୍ରତିବର୍ଷ ଆୟୋଜନ କରାଯାଏ। ତିନି ଦିନ ଧରି ଚାଲୁଥିବା ଏହି ଉତ୍ସବରେ ଆଦିବାସୀ ମାନଙ୍କ ଲୋକନୃତ୍ୟ ସହ ଦେଶର ପ୍ରସିଦ୍ଧ ନୃତ୍ୟର ପରିବେଷଣ କରାଯାଏ। ଏହି ଅବସରରେ ‘ସମାଜ’ ପକ୍ଷରୁ ଆୟୋଜିତ ଗୋପବନ୍ଧୁ ସହ୍ୟତ୍ୟ ମନ୍ଦିର ଷ୍ଟଲକୁ ମାନ୍ୟବର ମନ୍ତ୍ରୀ ରମେଶ ମାଝି ଉଦଘାଟନ କରିଛନ୍ତି। ଏହି ଅବସରରେ ମାଲକାନଗିରି ବିଧାୟକ ମାନସ ମାଡକାମୀ ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁ ସୀସା ସାଂସଦ ବଳଭଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply