ରାବିଡ଼ି ମାଲପୁଆ

ଆବଶ୍ୟକ ସାମଗ୍ରୀ
କ୍ଷୀର – ୨ ଲିଟର
ଖୁଆ – ୩୦୦ ଗ୍ରାମ
ମଇଦା – ୨୦୦ ଗ୍ରାମ
ଚିନି – ୩୦୦ ଗ୍ରାମ
ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ କ୍ଷୀରକୁ ଅଳ୍ପ ସମୟ ଫୁଟାଇ ଦିଅନ୍ତୁ। କିଛି ସମୟ ଫୁଟିବା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଏବେ ଏହି କ୍ଷୀରରେ ମଇଦା ଓ ଖୁଆ ପକାଇ ଭଲ ଭାବେ ଗୋଳାଇ ପାଲିସ କରି ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ ୩ କପ ପାଣିରେ ଚିନି ପକାଇ ସିରା ପ୍ରସ୍ତୁତ କରି ରଖନ୍ତୁ। ଧ୍ୟାନ ଦେବେ ଯେପରି ସିରା ଅଧିକ ମୋଟା ବା ଅଧିକ ପତଳା ନ ହୁଏ। ଏହା ପରେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ପ୍ରସ୍ତୁତ ମିଶ୍ରଣକୁ ଘିଅରେ ଗୋଲ ଗୋଲ ଆକୃତିର କରି ପକାଇ ଛାଣନ୍ତୁ। ଛାଣିବା ପରେ ଏହାକୁ ପ୍ରସ୍ତୁତ ହୋଇଥିବା ସିରାରେ ପକାଇ କିଛି ସମୟ ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରାବିଡ଼ି ମାଲପୁଆ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.