ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦେଶ

0

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ପଳାତକ ଘୋଷିତ ପ୍ରମୁଖ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ଲାଗି ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ପୁନଃ ନିର୍ଦେଶ ଜାରି କରିଛନ୍ତି। ବେଙ୍ଗାଲୁରୁ ପୁଲିସ କମିସନରଙ୍କ ସହାୟତାରେ ଏହି ସମ୍ପତ୍ତି ପାଇଁ କୋର୍ଟ ପୂର୍ବରୁ ନିର୍ଦେଶ ଦେଇଥିଲେ। ମାତ୍ର ସମ୍ପର୍ତ୍ତି ବାଜ୍ୟାପ୍ତି କରିଥିବା ଅଧିକାରୀଙ୍କ ପକ୍ଷରୁ ଏଯାବତ୍‍ ପ୍ରବର୍ତ୍ତନ ନିର୍ଦେଶାଳୟକୁ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିବା ମଙ୍ଗଳବାର ସ୍ୱତନ୍ତ୍ର ସରକାରୀ ଓକିଲ ଏନ୍‍. କେ. ମତ୍ତା ଅବଗତ କରିବା ପରେ ମୁଖ୍ୟ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ ଦୀପକ ଶେରାୱତ୍‍ ପୁନଃ ବାଜ୍ୟାପ୍ତି ନିର୍ଦେଶ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫ରେ ହେବ।

Leave A Reply