ଧାରା ୩୭୦ ଉଚ୍ଛେଦକୁ ସମର୍ଥନ ଜଣାଇଲା ମାଳଦ୍ୱୀପ,ଶ୍ରୀଲଙ୍କା ଓ ୟୁଏଇ

ମାଲେ .- ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦରୁ ଶ୍ରୀଲଙ୍କା ଓ ୟୁଏଇ ସମର୍ଥନ ଜଣାଇଛନ୍ତି । ଏହା ଭାରତ ଆଭ୍ୟନ୍ତରୀଣ ମାମଲା ବୋଲି ଦର୍ଶାଇଛନ୍ତି । ଏହାପରେ ମାଳଦ୍ୱୀପର ଭାରତର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ସମର୍ଥନ କରିଛି।

ପ୍ରତ୍ୟେକ ଦେଶର ତାହାର ସାର୍ବଭମତ୍ୱକୁ ରକ୍ଷା କରିବାର ଅଧିକାର ଅଛି । ସେମାନେ ନିଜର ଆଇନ ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି ମାଳଦ୍ୱୀପ ପକ୍ଷରୁ ସରକାରୀ ଭାବେ କୁହାଯାଇଛି ।

ମଙ୍ଗଳବାରରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନୀଲ୍‌ ବିକ୍ରମାସେଙ୍ଘେ ଭାରତର ଏହି ପଦକ୍ଷେପକୁ ସମର୍ଥନ କରିଥିଲେ । ଲଦାଖ ଭାରତର ପ୍ରଥମ କେନ୍ଦ୍ର ଶାସିତ ଅଞ୍ଚଳ ଯେଉଁଠାରେ ବୈଦ୍ଧଧର୍ମାଲମ୍ବୀ ସଂଖ୍ୟାବହୁଳ ରହିଛନ୍ତି । ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ସେ ଟ୍ୱିଟ କରିଛନ୍ତି ।

ୟୁଏଇର ରାଷ୍ଟ୍ରଦୂତ ଅହମ୍ମଦ ଅଲ୍‌ବାନା ଭାରତ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଧାରା ୩୭୦ ଉଚ୍ଛେଦକୁ ସେ ସ୍ୱାଗତ କରିବା ସହ ଏହା ଭାରତର ଅଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି ।

Comments are closed.