ଗାଁରୁ ପଂଚାୟତ ୬୦ କିମି

0

ମାଲକାନଗିରି : ଗୋଟିଏ ଗ୍ରାମରୁ ନିଜ ପଂଚାୟତକୁ ଯିବାକୁ ହେଲେ ୬୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡୁଛି । ଏଭଳି ସମସ୍ୟା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନାକାମାମୁଡି ପଂଚାୟତର ମୁଦୁଲିଗୁଡା ଓ ବାୟାପଡା ଗ୍ରାମର ଲୋକମାନଙ୍କୁ ଭୋଗିବାକୁ ପଡିଛି । ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ ହୋଇଥିବା ବେଳେ ଏହି ଗ୍ରାମବାସୀ ମାନେ ପଂଚାୟତୁ ଯିବାକୁ ହେଲେ ଅଙ୍ଗୁରଗୁଡା ଠାରୁ ଲଂଚରେ ପ୍ରାୟ ୬୦ କିଲୋମିଟର ଅତିକ୍ରମ କରି ଡାଇକ୍-୩ ପର୍ୟ୍ୟନ୍ତ ଆସିଥାନ୍ତିା ସେଠାରୁ ପୁଣି ୫ କିଲୋମିଟର ଦୂର ପଂଚାୟତ କାର୍ୟ୍ୟାଳୟକୁ ଚାଲି ଚାଲି ଯିବାକୁ ପ‌ଡେ । ବ।ର୍ଦ୍ଧକ୍ୟ ଭତ୍ତା, ଟଙ୍କାକିଆ ଚାଉଳ ଅତ୍ୟାବଶ୍ୟକ ସାମଗ୍ରୀ, ଚିକିତ୍ସା ପାଇଁ ଚିତ୍ରକୋଣ୍ଡା ଉପରେ ନିର୍ଭର କରିବାକୁ ପଡେ । ସରକାରୀ ଯୋଜନା କଣ ଏମାନେ ଜାଣନ୍ତି ନାହିଁ । କୌଣସି ସରକାରୀ ବ।ବୁଙ୍କ ପାଦ ଏହି ଗ୍ରାମରେ ପଡିନାହିଁ। ବିଦ୍ୟାଳୟ ଥାଇ ମଧ୍ୟ ଶିକ୍ଷକ ନଥିବାରୁ ଶହ ଶହ ଆଦିବାସୀ ଛାତ୍ରଛାତ୍ରୀ ଶିକ୍ଷା ଅଧିକାରରୁ ବଂଚିତ ହେଉଛନ୍ତି।
ଏଭଳି ପରିସ୍ଥିତିରେ ନାକାମାମୁଡି ପଂଚାୟତକୁ ବିଭକ୍ତ କରି ମୁଦୁଲିଗୁଡାରେ ନୂତନ ଗ୍ରାମ ପଂଚାୟତ ଖୋଲାଗଲେ ସମସ୍ୟାର ସମାଧାନ ହେବ ବୋଲି ସରକାରଙ୍କୁ ଅଂଚଳବାସୀ ଦାବି କରିଛନ୍ତି । ଅଙ୍ଗୁରଗୁଡା, ଆମିଳିବେଡା, ଟିକରପଡା, ଖଜୁରଗୁଡା, ବକଲି, ନାରଙ୍ଗିଝଲା, ମୁଦୁଲିଗୁଡା, ରାବା, ତାରାମାଲ୍, ହାତିଗୁଡା, ବଡାଖିଆଗୁଡା, ଝୁମିଗୁଡା, ସିଙ୍ଗବେଡା, ବାଟାଗୁଡା, ସରିପଦା, ବାନ୍ଧାପଡାର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ପରିବାର ବାସ କରୁଥଇବା ବେଳେ ଏହି ପରିବାରଙ୍କ ଦାବି ନେଇ ସରକାରୀ ସ୍ଥଳରେ ଆଜି ପର୍ୟ୍ୟନ୍ତ ଉଦ୍ୟମ କରା ଯାଇନଥିବା ଅଭିଯୋଗ ହୋଇଛି ।
ଏନେଇ ସୋମବାର ସ୍ଥାନୀୟ ଅଂଚଳର ଶହ ଶହ ଆଦିବାସୀ ମାଲକାନଗିରି ଜିଲ୍ଲାପାଳଙ୍କୁ ସାକ୍ଷାତ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଏହି ସମସ୍ୟା ଗୁଡିକର ସମାଧାନ ନ କରନ୍ତି ତେବେ ଆଗମୀ ନିର୍ମାଚନ ବର୍ଜନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply