୧୫ ଜଣ ମାଓବାଦୀଙ୍କ ଆତ୍ମସର୍ମପଣ

ମାଲକାନଗିରି : ମାଲକାନଗିରି-ଛତିଶଗଡ ସୀମାନ୍ତବର୍ତ୍ତୀ ବିଜାପୁର ଜିଲା ଏସପି ଗୋବର୍ଦ୍ଧନ ସିଂହଙ୍କ ନିକଟରେ ୧୫ଜଣ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୬ଜଣ ମହିଳା ରହିଛନ୍ତି। ଏ ସମସ୍ତ ମାଓବାଦୀ ଟିଏଏମଏସ ମାଓ ସଂଗଠନର ସଦସ୍ୟ ବୋଲି ଜଣାପଡିଛି। ବସ୍ତର ଅଞ୍ଚଳରେ ଏହି ମାଓ ସଂଗଠନ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଏହି ୧୫ଜଣ ମାଓବାଦୀଙ୍କ ନିକଟରୁ ବହୁ ବନ୍ଧୁକ ଓ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ପୁଲିସର ସୂଚନା ଅନୁସାରେ ଏ ସମସ୍ତ ମାଓବାଦୀ ଆନ୍ଧ୍ର-ତେଲେଙ୍ଗାନା-ଓଡ଼ିଶା ମାଓହିଂସାରେ ସମ୍ପୃକ୍ତ ଅଛନ୍ତି। ରାଜ୍ୟ ସରକାରଙ୍କ ମାଓବାଦୀ ଥଇଥାନ ନୀତି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ବିଜାପୁର ଏସପି ଗୋବର୍ଦ୍ଧନ ସିଂହ କହିଛନ୍ତି।

Comments are closed.