ପୁଣି ଭାରରେ ବୁହାହେଲେ ଗର୍ଭବତୀ

0

ମାଲକାନଗିରି : ମାଲକାନଗିରି ଜିଲାରେ ପୁଣି ଭାରରେ ଗର୍ଭବତୀ ବୁହାହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ତା ବ୍ଲକ୍ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତ ପାଡାଲ୍ ପୁଟ୍ ଗ୍ରାମରେ ଦେଖିବାକୁ ମିଳିଛି। ପାଡାଲ୍ ପୁଟ୍ ଗ୍ରାମ ପଦ୍ମା ରୁଙ୍ଗୁଡାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଗ୍ରାମ ଯୁବକ ମାନେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଗ୍ରାମର ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଗ୍ରାମବାସୀ ପ୍ରାୟ ୭ କିମି ମହିଳା ଜଣଙ୍କୁ ଭାରରେ ବୋହି ସାରିଆପାଲି ଗ୍ରାମ ନିକଟରେ ପହଞ୍ଚାଇ ଥିଲେ । ସେଠାରୁ ମହିଳା ଜଣଙ୍କୁ ଆମ୍ବୁଲାନ୍ସରେ ନିଆଯାଇଛି । ବାରମ୍ବାର ଏହି ଅଞ୍ଚଳରେ ଏପରି ସମସ୍ୟା ଦେଖାଯିବା ସ୍ୱତେ ପ୍ରଶାସନ ଏଥୀପ୍ରତି ଧ୍ୟାନ ଦେଉ ନଥୀବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Leave A Reply