ଟଳିଲେ ୫ ମାଓବାଦୀ , ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି :  ସ୍ୱାଭୀମାନ ଅଞ୍ଚଳ ଚିତ୍ରକୋଣ୍ଡା ଠାରୁ ୩୦କି.ମି ଦୂର ବ୍ରିଜ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲା ଜିକେଭିଡି ଥାନା ଅନ୍ତର୍ଗତ ମାଦିଗିମୁଡୁ ଜଙ୍ଗଳରେ ରବିବାର ଗ୍ରେହାଉଣ୍ଡ  ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ  ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । ମୃତକ ସମସ୍ତେ ଆନ୍ଧ୍ର – ଓଡ଼ିଶା ବର୍ଡର ଜୋନାଲ କମିଟିର  ସଦସ୍ୟ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଶନିବାର ଠାରୁ ଚିତ୍ରକୋଣ୍ଡାର ପୁଲିସ ଓ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ ପୁଲିସ ପକ୍ଷରୁ ଏହି ଅଞ୍ଚଳରୁ କୁମ୍ୱିଂ ଅପରେସନ କରାଯାଉଥିଲା । ଆଜି ମାଓବାଦୀଙ୍କ ଏକ ବୈଠକ ଚାଲୁଥିବା ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲାବେଳେ ମଧ୍ୟାହ୍ନରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୫ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ପୁଲିସ ବିପୁଳ ପରିମାଣରେ ବିସ୍ଫୋରକ, ୫ଟି ବନ୍ଧୁକ, ମାଓ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ।  ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ମାଲକାନଗିରି ଏସିପି ହୃଷିକେଶ ଗିଲାରି ଘଟଣାସ୍ଥଳରେ ପହଁଞ୍ଚିଥିବା ସୂଚନା ମିଳିଛି । ତେବେ ଆନ୍ଧ୍ର ପୁଲିସ ପକ୍ଷରୁ ମଧ୍ୟ ଓଡ଼ିଶା ପୁଲିସ ସହାୟତାରେ କୁମ୍ୱିଂ ଅପରେସନକୁ ଜୋରଦାର କରାଯାଇଛି ।

Comments are closed.