ଚିତ୍ରକୋଣ୍ଡା : ଭୁଲ ଜାତିଗତ ପ୍ରମାଣ ପତ୍ର ଦେବା ଅଭିଯୋଗ ଭିତ୍ତିହିନ – ପଦୁ ମାଝୀ

0

ମାଲକାନଗିରି : ରାଜ୍ୟ ନିର୍ବାଚନ ଆଉ କିଛି ଦିନ ବାକି ରହିଥିବା ବେଳେ ଆସନ୍ତା କାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖି। ଏଭଳି ସ୍ଥିତିରେ ପୂର୍ବରୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀକୁ ନେଇ ଗୋଷ୍ଠୀ କନ୍ଦଳ ଦେଖା ଦେଇଥିବା ବେଳେ ଏବେ ବିଜେପି ପକ୍ଷରୁ ଗତକାଲି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପଦୁ ମାଝୀଙ୍କ ବିରୁଦ୍ଧରେ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବହୁ ଗୁରୁତର ଅଭିଯୋଗ ଆଣିଛନ୍ତି। ପଦୁ ମାଝୀ ପ୍ରକୃତରେ ଆଦିବାସୀ ନୁହେଁ । ସେ ଅଣ ଆଦିବାସୀ ଏବଂ ରଣା ସମ୍ପ୍ରଦାୟର ଅଟନ୍ତି। ପଦୁ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ କରିବା ସହ ରାଜ୍ୟ ପର୍ଯ୍ୟବେକ୍ଷକ ଲକ୍ଷାଧୀକ ଟଙ୍କା ନେଇ ଏଭଳି ଜଣେ ପ୍ରାର୍ଥୀଙ୍କୁ ଟିକଟ ଦେବା ଘୋଷଣାକୁ ନେଇ ଦୃଢ ନିନ୍ଦା କରିବା ସହ ପଦୁ ପଞ୍ଚାୟତ ସେଲସ୍‍ ମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରୁଥିବା ନେଇ ଗୁରୁତର ଅଭିଯୋଗ କରିଛନ୍ତି। ରବିବାର ଶ୍ରୀ ଦୋରା ଶହ ଶହ ସମର୍ଥକଙ୍କ ସହ ମାଲକାନଗିରି ପହଞ୍ଚିଥିଲେ । ସ୍ଥାନୀୟ ବାସନ୍ତୀ ଲଜରେ ଏକ ବୈଠକ କରା ଯାଇଥିବା ବେଳେ ବିଜେପି ପକ୍ଷରୁ ପୁନଃବିଚାର କରାଯାଇ ପ୍ରହଲ୍ଲାଦ ଦୋରାଙ୍କୁ ଟିକଟ ଦେବାପାଇଁ ତାଙ୍କ ସମର୍ଥକମାନେ ଦାବି କରିଥିଲୋ

ଅନ୍ୟ ପକ୍ଷରେ ଏ ସମ୍ପର୍କରେ ବିଜେପି ଚିତ୍ରକୋଣ୍ଡା ପ୍ରାର୍ଥୀ ପଦୁ ମାଝୀଙ୍କୁ ଯୋଗାଯୋଗ କରିବାରୁ ଜଣେ ବର୍ସିୟାନ ରାଜନେତା ମୋ ବିରୁଦ୍ଧରେ ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ ଏବଂ ତାଙ୍କର ଜାତିଗତ ପ୍ରମାଣ ପତ୍ର ଭୁଲ କି ଠିକ୍‍ ତାହା ଆଗାମୀ ଦିନରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଦାରଖ କରି ନିଷ୍ପତ୍ତି ନେବେ ଏବଂ ସେ ଯଦି ଭୁଲ୍‍ ଥିଲେ ପ୍ରାର୍ଥୀ ପତ୍ର ନାକଚ ହେବ। ମତ୍ର ଏଭଳି ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଏଭଳି ମିଥ୍ୟା ଓ ଭିତ୍ତିହିନ  ମନ୍ତବ୍ୟ ଦିଆଯିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ଜିଲା ସଭାପତି ଅଶୋକ ପରିଡା ମଧ୍ୟ କିଛି ଆସାୟୀଙ୍କୁ ଟିକଟ ନମିଳିବାରୁ ଏଭଳି ମିଥ୍ୟା ତଥ୍ୟ ଦେଇ ଦଳ ଓ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତିା ତେବେ ଚାରି ଚାରି ଥର ବିଧାୟକ ରହି ବିଜେପି  ଦଳକୁ ଗତ ପଞ୍ଚାୟତ ନିର୍ବାଚନରେ ଶାସନକୁ ଆଣିଥିବା ପ୍ରହଲ୍ଲାଦ ଦୋରାଙ୍କ ସମର୍ଥକଙ୍କ ମଧ୍ୟରେ ଆଜି ବିଦ୍ରୋହ ପ୍ରକାଶ ପାଇଥିବା ବେଳେ ପୁନଃବିଚାର କରିବାକୁ କର୍ମକର୍ତ୍ତାମାନେ ଦାବି କରିଥିଲେ ଏବଂ ପ୍ରହଲ୍ଲାଦ ଦୋରା ଭଳି ଜଣେ ବରିଷ୍ଠ ଆଦିବାସୀ ନେତାଙ୍କୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ସମର୍ଥନ କରି ଜିତାଇଛନ୍ତି ଏବଂ ବର୍ତ୍ତମନେ ମଧ୍ୟ ଜିତାଇଥାନ୍ତେ ବୋଲି ଆଗାମୀ ଦିନରେ ଶ୍ରୀ ଦୋରା ଓ ତାଙ୍କ ସମର୍ଥକ ମାନେ ପଦୁ ମାଝିଙ୍କୁ ସମର୍ଥନ କରିବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା

Leave A Reply