ନିଆରା ଢ଼ଙ୍ଗରେ ଦୀପାବଳି ପାଳିଲେ ଜିଲ୍ଲାପାଳ…

ମାଲକାନଗିରି :  ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ରବିବାର ନିଆରା ଢ଼ଙ୍ଗରେ ଦୀପାବଳି ପାଳିଛନ୍ତି। ସ୍ଥାନୀୟ ସପ୍ତଧାରା ହଷ୍ଟେଲରେ ସେ କୁନି କୁନି ଛାତ୍ରୀଙ୍କ ଗହଣରେ ଦୀପାବଳି ପାଳିବା ସହ ସେମାନଙ୍କ ସହ ତଳେ ବସି ଭୋଜନ କରିଥିଲେ l

ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଅନାଥ ପିଲାମାନଙ୍କ ସହ
ଦୀପାବଳି ପାଳନ କରିବା ପାଇଁ ନିବେଦନ କରିଥିଲେ । ସେହି  ଅନୁସାରେ ମାଲକାନଗିରି ଜିଲ୍ଲାପାଳ ସପ୍ତଧାରା ହଷ୍ଟେଲରେ କୁନି କୁନି ଛାତ୍ରୀଙ୍କ ଗହଣରେ ଦୀପାବଳି ପାଳିଛନ୍ତି।

Comments are closed.