ଗୋପବନ୍ଧୁ ତ୍ୟାଗ ଓ ଆଦର୍ଶର ପ୍ରତୀକ, ୯୦ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ସତ୍ୟନାରାୟଣ ଜିଏନଏମ୍‍ କଲେଜରେ ଶୁକ୍ରବାର ଗୋପବନ୍ଧୁଙ୍କ ୯୦ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇ ଯାଇଛିା ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଦିବାସୀ ନେତା ଗଙ୍ଗାଧର ବୁରୁଦା ଯୋଗ ଦେଇ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲୋ । ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀ ବୁରୁଦା ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନ ଆଗାମୀ ଯୁବ ପିଢୀ ପାଇଁ ଆଦର୍ଶ ହେବ ବୋଲି ପ୍ରକାଶ କରିବା ସହ ଆଜି ବି ଉତ୍କଳମଣୀଙ୍କ ସେବାରେ ତାଙ୍କର ମାନସପୂତ୍ର ସମାଜ ଓ ଲୋକ ସେବକ ମଣ୍ଡଳ ଦ୍ୱାରା ଯେଉଁ ମହତ କାର୍ଯ୍ୟ କରାଯାଉଛି ତାହା ପ୍ରଶଂସନୀୟ ବୋଲି କହିଥିଲୋ । ସତ୍ୟନାରାୟଣ ମହାବିଦ୍ୟାଳୟର ନିର୍ଦେଶକ ସଂଜୟ କୁମାର ପାଣିଗ୍ରାହି ଯୋଗ ଦେଇ ଗୋପବନ୍ଧୁଙ୍କ ଆଦର୍ଶ ଆଜି ବି ଯୁବ ପିଢିଙ୍କୁ ପ୍ରେରଣା ଯୋଗାଇବା ନିଃସ୍ୱାର୍ଥପର ସେବା ଓ ତ୍ୟାଗର ପ୍ରତିମୂର୍ତି ଉତ୍କଳମଣିଙ୍କ ମାନସ ପୁତ୍ର ସମାଜ ତାର ନୀରପେକ୍ଷ ଖବର ପରିବେଷଣ ପାଇଁ ସର୍ୱଜନ ଆଦୃତ। ସେହିପରି ଲୋକସେବକ ମଣ୍ଡଳର ସମାଜ ସେବା ଓ ଅସହାୟଙ୍କୁ ଯେଉଁ ସହାୟତାର ହାତ ବଢାଇ ପୂନ୍ୟାତ୍ମାଙ୍କ ଆଦର୍ଶ ଓ ଆଭିମୁଖ୍ୟକୁ ଉଦ୍‍ଜିବିତ ରଖିବାର ପ୍ରୟାସକୁ ପ୍ରଶଂସା କରିଥିଲ ।   ଅନ୍ୟମାନଙ୍କ ମଧ୍ୟରେ ସମାଜ ଜିଲ୍ଲା ପ୍ରତିନିଧି ଗୋପିକୃଷ୍ଣ ପଟ୍ଟନାୟକ, ସାମ୍ବାଦିକ ଦୁର୍ଯ୍ୟେଧନ ପାତ୍ର, ଦେବବ୍ରତ ସାନା, ସନ୍ତୋଷ କୁମାର ନାଗ, ଅଶୋକ ମିଶ୍ର, ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲୋ ।

 

Leave A Reply