ରୋଗୀଙ୍କ ପାଇଁ ମାଗଣା ବସ

ମାଲକାନଗିରି :  ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମାଗଣାରେ ରୋଗୀ ଓ ସେମାନଙ୍କ ସହାୟକମାନଙ୍କ ଯିବାଆସିବା ପାଇଁ ଶନିବାର ଠାରୁ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଦୁଇଟି ବସ୍‍ ଚଳାଚଳ ଆରମ୍ଭ ହେଇଛି । ଅପହଞ୍ଚ ଅଞ୍ଚଳର
ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି ବସ୍‍ ସେବା ଆରମ୍ଭ କରାଯାଉଛି । ରୋଗୀଙ୍କ ପାଇଁ ଏହି ମାଗଣ ବସ ସେବାକୁ ଜିଲାପାଳ ମନିଷ ଅଗ୍ରଓ୍ବାଲ ଉଦଘାଟନ କରିଛନ୍ତି ।

ପ୍ରତିଦିନ ଗୋଟିଏ ବସ୍‍ ସକାଳ ସାଢ଼େ୬ଟାରୁ ଜନତାପାଇଠାରୁ ବାହାରି ଜାନବାଇ, ଚିତ୍ରକୋଣ୍ଡା, ବାଲିମେଳା ହୋଇ ପୂର୍ବାହ୍ନ
୧୦ଟାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହଞ୍ଚିବ। ଏହି ବସ୍‍ଟି ଅପରାହ୍ନ ୪ଟାରେ ପ୍ରତ୍ୟାବର୍ତ୍ତନ କରିବ। ସେହିପରି ଅନ୍ୟଏକ ବସ୍‍ ସକାଳ ସାଢ଼େ ୬ଟାରୁ ମୋଟୁଠାରୁ ବାହାରି ଏମ୍‍ଭି-୭୯, କାଲିମେଳା, ପୋଟେରୁ ହୋଇ ଜିଲ୍ଲାମୁଖ୍ୟଚିକିତ୍ସାଳୟକୁ ଯିବ ଓ ଏହା ଅପରାହ୍ନ ୪ଟାରେ ପ୍ରତ୍ୟାବର୍ତ୍ତନ କରିବ।

Comments are closed.