ଜଙ୍ଗଲରେ ରାତି କାଟିଲେ ପୋଲିଂ କର୍ମଚାରୀ

ମାଲକାନଗିରି : ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଡ୍ୟୁଟିରେ ଥିବା ପୋଲିଂ କର୍ମଚାରୀଙ୍କୁ ଜଙ୍ଗଲରେ ରାତି କଟାଇବାକୁ ପଡିଛି । ଶୁକ୍ରବାର ସକାଳେ ବିଏସଏଫ ଯବାନଙ୍କ ସହ ପୋଲିଂ କର୍ମଚାରୀ ମାଲକାନାଗିରି ସଦର ମହକୁମାକୁ ଫେରିଛନ୍ତି ।

ସୂଚନାଯୋଗ୍ୟ, ମାଲକାନଗିରିର ଦୁର୍ଗମ ଅଞ୍ଚଳ ମୁଦୁଲିପଡା ବଣ୍ଡାଘାଟିରେ ୬ଟି ପୋଲିଂ ପାର୍ଟିର ମୋଟ ୩୬ଜଣ କର୍ମଚାରୀଙ୍କ ଡ୍ୟୁଟି ପଡିଥିଲା । ଗୁରୁବାର ମତଦାନ ସରିବା ପରେ ପୋଲିଂ କର୍ମଚାରୀ ଜଙ୍ଗଲରେ ରାତି କଟାଇଥିଲେ । ଶୁକ୍ରବାର ସକାଳେ ବଣ୍ଡା ଘାଟିରୁ ୧୫ କିମି ଚାଲିଚାଲି ଖଇରପୁଟରେ ପହଞ୍ଚିଥିଲେ । ପରେ ଖଇରପୁଟରୁ ବସ ଯୋଗେ ମାଲକାନାଗିରିରେ ପହଞ୍ଚିଥିଲେ ।

Comments are closed.