ମାଲକାନଗିରିରେ ତିନି ଦଶନ୍ଦି ଧରି ରହୁଛନ୍ତି ଶ୍ରୀଲଙ୍କା ଶରଣାର୍ଥୀ

0

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ତିନି ଦଶନ୍ଦି ଧରି ଶ୍ରୀଲଙ୍କାରୁ ଆସି ବହୁ ପରିବାର ଶରଣାର୍ଥୀ ଭାବେ ରହିଛନ୍ତି। ସେମାନଙ୍କ ପାଇଁ ରାଜ୍ୟ ସରକାର ଉପଯୁକ୍ତ ଥଇଥାନ ବ୍ୟବସ୍ତା କରିନଥିବା ହେତୁ ସେମାନେ ଅତି ଦୟନୀୟ ଭାବେ କାଳାତିପାତ କରୁଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଶରଣାର୍ଥୀଙ୍କ ପରିବାରକୁ ସମ୍ପୂର୍ଣ ବିବରଣୀ ପ୍ରଦାନ କରିବା ନିମନ୍ତେ ବାରମ୍ବାର ପତ୍ର ଲେଖୁଛନ୍ତି। ମାତ୍ର ଏଥିନେଇ ଜିଲ୍ଲା ପ୍ରଶାସନ ଏମାନଙ୍କୁ କୌଣସି ସହାୟତା କରିନଥିବା ଅଭିଯୋଗ ହୋଇଛି। ସୂଚନାମୁତାବକ ୧୯୯୦ ମସିହାରେ ମାଲକାନଗିରି ଜିଲ୍ଲାକୁ ଶ୍ରୀଲଙ୍କାରେ ଉଗ୍ରବାଦ ପରିସ୍ଥିତି ସମୟରେ ବହୁ ପରିବାର ଆସିଥିବା ବେଳେ ବର୍ତମାନ ଏମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ଦିଆ ଯାଇନାହିଁ। ସେମାନେ ଏପର୍ଯ୍ୟନ୍ତ ବହୁ ପରିବାର ନାଗରିକତ୍ୱ ପାଇନାହାନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଶରଣାର୍ଥୀକ ବିବରଣୀ ଦେଇନଥିବା ଅଭିଯୋଗ ହୋଇଛି। ମାଲକାନଗିରିରେ ୨୦ରୁ ଉର୍ଧ ଶରଣାର୍ଥୀ ପରିବାର ରହୁଥିଲା ବେଳେ ପ୍ରଶାସନ ପକ୍ଷରୁ ମାତ୍ର ୬ଟି ତାମିଲ ଶରଣାର୍ଥୀ ପରିବାର ଚିହ୍ନଟ କରାଯାଇଛି। ପିଏ ଆଇଟି.ଡି.ଏ. ରାମକୃଷ୍ଣ ଗଣ୍ଡ ଏକ ନିର୍ଦେଶନାମା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦିଆ ଯିବ ବୋଲି କହିଛନ୍ତିା

Leave A Reply