ପୁଣି ଭାରରେ ବୁହା ହେଲେ ରୋଗୀ, ସାମ୍ବାଦିକ ବଢ଼ାଇଲେ ସହାୟତାର ହାତ

0

ମାଲକାନଗିରି: ପୁଣି ଜଣେ ରୋଗୀ ଭାରରେ ବୁହା ହେଲା ଭଳି ଘଟଣା ଦେଖିବାକୁ ମିଳିଛି । ଏହି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ସ୍ଥିତ ଗୋଇଗୁଡା ଗ୍ରାମରେ ଘଟିଛି । ଗୋଇଗୁଡା ଗ୍ରାମର ସମ୍ବାରି ବଡନାଏକ ନାମକ ଜଣେ ମହିଳା ହଠାତ୍ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଫଳରେ ବାଧ୍ୟ ହୋଇ ପରିବାର ଲୋକ ଭାର କରି ନେବା ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଗ୍ରାମରେ ଝାଟି ପର୍ବ ଚାଲୁଥିବାରୁ କୌଣସି ଲୋକେ ଭାର କାନ୍ଧେଇବାକୁ ଆସିନଥିଲେ । ଶେଷରେ ପରିବାର ଲୋକେ ଓ  କିଛି ସାମ୍ବାଦିକ ଅସୁସ୍ଥ ମହିଳାଙ୍କୁ ଭାରରେ ବୋହି ୪ କି.ମି ପଥୁରିଆ ରାସ୍ତା ଅତିକ୍ରମ କରିବା ପରେ ତୁଳାଗୁରୁମ ଗ୍ରାମରେ ପହଞ୍ଚିଥିଲେ । ପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ନିଆଯାଇଥିଲା । ରୋଗୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ପ୍ରଥମେ ତାଙ୍କୁ ଖଇରିପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply