ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଆଦିବାସୀ ନେତାଙ୍କ ଅନଶନ

0

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଭିନ୍ନ ବ୍ଲକରେ ୬୨ଟି ସ୍ଥାନରେ ଗତ ଦୁଇମାସ ଧରି ଧାନମଣ୍ଡି ଆରମ୍ଭ ହୋଇଥିବା ବେଳେ ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେପାରୀ ଏବଂ ଦଲାଲଙ୍କ ସହ ଲ୍ୟାମ୍ପ କର୍ମଚାରୀ ଏବଂ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଷୀମାନେ ଟୋକନ ପାଇଁ ଶୀତରେ ମଣ୍ଡିରେ ସୋଇବା ସହ ଟୋକନ ପାଇଁ ଲ୍ୟାମ୍ପକୁ ଦୌଡି ଦୌଡି ନିରାଶ ହେଉଛନ୍ତି ବୋଲି ଚାଷୀମାନଙ୍କ ଅଭିଯୋଗ କରିଛନ୍ତି । ଏହି ଘଟଣାର ପ୍ରତିବାଦ କରି ବରିଷ୍ଠ ଆଦିବାସୀ ନେତା ତଥା ଜିଲା ବିଜେପିର ପୂର୍ବତନ ଉପ ବ।ଚସ୍ପତି ପ୍ରହଲ୍ଲାଦ ଦୋରା ସୋମବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ହେବା ଯାଏଁ ସେ ଧାରଣାରୁ ଉଠିବେ ନାହିଁ ବୋଲି ଅଡି ବସିଛନ୍ତି ।

ଦୁଇଦିନ ପୂର୍ବେ ଶ୍ରୀ ଦୋରା ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିବାରୁ ସରକାରଙ୍କ ଏହି ଚାଷ ମାରଣା ନୀତି ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଥିବା କହିଛନ୍ତି । କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଶାସକ ଦଳ ଜନପ୍ରତିନିଧି ମାନେ ଆମ ସମସ୍ୟା ଦୂର କରୁନାହାନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ନିଜ ନିଜ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହି ନିଜ ସପକ୍ଷରେ ଭୋଟ ଦେବାପାଇଁ ଗ୍ରାମ ଗ୍ରାମ ବୁଲୁଛନ୍ତି । ଆଗାମୀ ନିର୍ବାଚନରେ ଚାଷୀମାନେ ଏହାର ଜବାବ ନିଶ୍ଚିନ୍ତ ଦେବେ ବୋଲି ଶ୍ରୀ ଦୋରା ପ୍ରକାଶ କରିଛନ୍ତି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରବଳ ଶୀତ ଲାଗି ରହିଥିବାରୁ ବାଧ୍ୟ ହୋଇ ଶୀତ କାକରରେ ରାତ୍ରରେ ଧାନ ଜଗି ରହିବାକୁ ପଡୁଛି । ଯେଉଁ ଚାଷୀମାନଙ୍କର ଧାନ ବିକ୍ରି କରିବେ ସେମାନଙ୍କୁ ଲ୍ୟାମ୍ପ ତରଫରୁ ବସ୍ତା ଯୋଗାଇ ଦିଆ ଯାଉନାହି । ଏପରିକି ଆମ ପଂଚାୟତ ନିକଟ ମଣ୍ଡି ଗୁଡିକରେ କେତେକ ଚାଷୀଙ୍କ ଧାନ ଉଠା ଯାଉଥିଲେ ମଧ୍ୟ କେତେ ଧାନ ଚାଷୀମାନଙ୍କ ଠାରୁ ନେଲେ ତାହାର ରସିଦ ସଙ୍ଗେ ସଙ୍ଗେ ଦିଆ ନଯାଇ ପରେ ଧାନ ଖରାପ ଥିବା ଦର୍ଶାଇ କ୍ୱିଂଟାଲ ପ୍ରତି ରୁ ୧୦ କେଜି ଧାନ କାଟୁଛନ୍ତି । ସାରା ବର୍ଷ ଜମିରେ କଷ୍ଟ କରି ପରିବାର ସହ ଧାନ ଚାଷ କରୁଛୁ ଏବଂ ଏଥିପାଇଁ ସମବାୟ, ସାହୁକାର ମାନଙ୍କ ଠାରୁ ଉଧାର ଆଣି ଧାନ ବିକ୍ରି କରି ପାରୁ ନଥିବାରୁ ଋଣ ସୁଝିବା କଷ୍ଟକର ହେଉଛି । ଜିଲ୍ଲା ପ୍ରଶାସନ କେବଳ ଜିଲ୍ଲାରେ ଚାଷୀମାନଙ୍କର ସମସ୍ତ ସୁବିଧା କରା ଯାଇଥିବା ବେଳେ ମଣ୍ଡିରୁ ୨୪ ଘଂଟା ମଧ୍ୟରେ ଧାନ କ୍ରୟ କରା ଯିବା ସହ ତିନିଦିନ ମଧ୍ୟରେ ଚାଷୀଙ୍କ ଜମାଖାତାରେ କ୍ରୟ ଅର୍ଥ ଜମା ହେବ ବୋଲି କହୁଥିଲେ ସୁଦ୍ଧା ବାସ୍ତବରେ ଆଭ୍ୟନ୍ତରୀଣ ଅଂଚଳରେ ଏଥିରେ ବ୍ୟତିକ୍ରମ ହେଉଛି । ଯାହାଫଳରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଛି ।

Leave A Reply