ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ଜଣାପଡିଛି । ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମିନାଙ୍କ ନେତୃତ୍ବରେ ଏହି ଅପରେସନ ଚାଲିଥିବା ଜଣାପଡିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇଁ କୌଣସି ସୂଚନା ମିଳିପାରିନାହିଁ । ଏଥିସହ କୌଣସି ବରିଷ୍ଠ ପୁଲିସ ଅଧିକାରୀଙ୍କର ମଧ୍ୟ ଏନେଇ ପ୍ରତିକ୍ରିୟା ମିଳିନାହିଁ ।

Leave A Reply