ଆସ ବୁଲି ଯିବା, ଚିତ୍ରକୋଣ୍ଡା ଗୁରୁପ୍ରିୟା ସେତୁ

ମାଲକାନଗିରି /ଚିତ୍ରକୋଣ୍ଡା:( ଗୋପିକୃଷ୍ଣ ପଟ୍ଟନାୟକ) ପ୍ରାକୃତିକ ସୌନ୍ଦର୍ୟ୍ୟଭରା ମାଲକାନଗିରି ଜିଲ୍ଲାରେ ରହିଛି ଅନେକ ପର୍ୟ୍ୟଟନ ସ୍ଥଳୀ ତେବେ ସୌନ୍ଦର୍ୟ୍ୟଭରା ଚିତ୍ରକୋଣ୍ଡାରେ ନିଆରା ପ୍ରାକୃତିକ ଶୋଭାରାଜି ଏବଂ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରୁଛି। ଆନ୍ଧ୍ର ଓଡିଶା ସୀମାରେ ଥିବା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଗୁରୁପ୍ରିୟା ସେତୁ ଏହାର ସୌନ୍ଦର୍ୟ୍ୟକୁ ଦୁଇଗୁଣିତ କରିଛି। ଏକଦା ଚିତ୍ରକୋଣ୍ଡା ନା ଶୁଣିଲେ ଲୋକଙ୍କ ମନରେ ମାଓବାଦୀ ହିଂସା ନାଚି ଉଠୁଥିଲା। ଆଲାମପାକା ନୌ ଆକ୍ରମଣରେ ୩୫ ଜଣ ଗ୍ରେହଂଟ ଜବାନଙ୍କ ସମାଧୀ ହେଉ ବା ପୂର୍ବତନ ଜିଲାପାଳ ଆର୍. ଭିନିଲ କ୍ରିଷ୍ଣା ଅପରହଣ ଘଟଣା ହେଉ କିମ୍ବା ପୁଲିସ ସହ ଗୁଳି ବିନିମୟ ଏଭଳି ଚର୍ଚ୍ଚା ଓ ମାଓ ହିଂସାରେ ଜର୍ଜରିତ ହେଉଥିବା ବିଛିନ୍ନାଂଚଳ ସ୍ୱାଭିମାନ ଅଞ୍ଚଳରେ ପରିଣତ ହୋଇଛିା ବର୍ତମାନ ବଦଳିଛି ଚିତ୍ରକୋଣ୍ଡାର ଚିତ୍ର ଆଉ ସୁଭୁନି ଗୁଳି ବନ୍ଧୁକର ଶବ୍ଦ। ସାଧାରଣ ଜୀବନ ଯାପନ କରୁଛନ୍ତି ଚିତ୍ରକୋଣ୍ଡା ଅଞ୍ଚଳବାସୀ। ଲୋକଙ୍କ ମନରେ ଭୟ ଆତଙ୍କ ଦୁରେଇ ଯାଇଛିା ପ୍ରସାସନ ମଧ୍ୟ ତତ୍ପର ହୋଇ ଉଠିଛି ଏହି ଅଞ୍ଚଳର ସାମଗ୍ରୀକ ଉନ୍ନତି ସହ ଏଠାରେ ପର୍ୟ୍ୟଟନ ସ୍ଥଳର ବିକାଶ ପାଇାଁ ଚିତ୍ରକୋଣ୍ଡା ଡ୍ୟାମ ନିମ୍ନଭାଗରେ ରହିଛି ଏକ ବିରାଟ ଇକୋ ପାର୍କ।

ପର୍ୟ୍ୟଟକଙ୍କ ସୁବିଧା ପାଇଁ ଏହି ମନୋରମ ପାର୍କରେ ଉନ୍ନତ ବ୍ୟବସ୍ଥା ରହିଛିା ନୌବିହାର ସହ ଏଠାରେ ରାତ୍ର ରହଣି ପାଇଁ ନୂତନ କରି ନିର୍ମାଣ ହୋଇଛି ସ୍ୱତନ୍ତ୍ର କଟେଜ୍। ଭଳିକି ଭଳି ଆଦିବାସୀ ଚିତ୍ର ଫଳ ପୁଷ୍ପ, ଓ ଜଙ୍ଗଲ ପକ୍ଷୀ ମଧ୍ୟରେ ଅତ୍ୟନ୍ତ ମନୋରମ ସୁନ୍ଦର ପାର୍କରେ ଭଳିକିଭଳି ଫୁଲଗଛ ଏହାର ସଭାକୁ ଦ୍ୱିଗୁଣିତ କରୁଛିା ପ୍ରତିବର୍ଷ ନୁଆ ବର୍ଷ ଓ ବଣଭୋଜି ପାଇଁ ଶହଶହ ପର୍ୟ୍ୟଟଙ୍କ ଭିଡ ଜମୁଛି ଏଠାରେ। ବିସ୍ତୃତ ଜଳରାଶି ଓ ଚିତ୍ରକୋଣ୍ଡା ଡ୍ୟାମରେ ମଧ୍ୟ ନୌ ବିହାରର ସୁବିଧା ରହିଛିା

ଶହ ଶହ କିଲୋମିଟର ବ୍ୟାପି ଜଳରାଶି ମଧ୍ୟରେ ରହିଥିବା ଟାପୁ ଗୁଡିକର ମନୋରମ ଦୃଶ୍ୟ ଦେଖିବା ପାଇଁ ପର୍ୟ୍ୟଟକଙ୍କ ଭିଡ ଜମିଛିା ସେହିପରି ଇକୋ ପାର୍କରେ ଖୁବ୍ କମ୍ ଖର୍ଚରେ ରହଣି ସହ ପ୍ରାକୃତିକ ସୌନ୍ଦର୍ୟ୍ୟର ମଜା ନେଇ ପାରିବୋ ଜଳଭଣ୍ଡାର ମଧ୍ୟରେ ଏସିଆର ବୃହତ ମାଟିବନ୍ଧ ମାଇଲ ବ୍ୟାପି ରହିଛିା ଜଳ ଭଣ୍ଡାର ବିସ୍ତିର୍ଣ ଜଳରାଶି ମଧ୍ୟରେ ପାହାଡରେ ଥିବା ସବୁଜ ବନାନୀର ସୁନ୍ଦରତା ଅବର୍ଣ୍ଣନୀୟ। ଶୀତ ମାସରେ ଏହି ଅଞ୍ଚଳର ଆଦିବାସୀଙ୍କ ଦ୍ୱାରା ଲଗା ଯାଇଥିବା ଅଳସି କ୍ଷେତ ଦେଖିଲେ ଯେକୌଣସି ଲୋକ ମଧ୍ୟ ଭାବବିହ୍ୱର ହୋଇ ପଡିବା ବିସ୍ତିର୍ଣ ଅଳସୀ କ୍ଷେତରେ ଅଳସୀ ଫୁଲର ଚାଦର ଯେପରି ବିଛାଇ ହୋଇ ରହିଛିା

ସୁର୍ୟ୍ୟ।ସ୍ତ ସମୟରେ ଏହି ଜଳରାସି ଉପରେ ରୂପା କାତିଆ ମାଛଙ୍କ ଖେଳ ଅତ୍ୟନ୍ତ ସୂନ୍ଦରା ଆଖପାଖ ଜଙ୍ଗଲରେ ବନ୍ୟଜନ୍ତୁ ମାନେ ମଧ୍ୟ ଅଛନ୍ତିା ବାସ୍ତବରେ ପ୍ରକୃତି ପ୍ରେମୀଙ୍କ ପାଇଁ ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳର ଏହି ଚିତ୍ରକୋଣ୍ଡା ଡ୍ୟାମଟି ଏକ ଅବଦାନ। ତେବେ ବନ ବିଭାଗ ପକ୍ଷରୁ ଏଠାରେ ଇକୋ ଟୁରିଜମ୍ର ବିକାଶ କରାଯାଇଛିା ରାଜ୍ୟ ପର୍ୟ୍ୟଟନ ବିଭାଗ ଯଦି ଏହି ଅଂଚଳରେ ଆହୁରି ଅନେକ ସୁବିଧା ଦେଲେ ଏହା ନିଶ୍ଚିନ୍ତ ଏକ ଅଗ୍ରଣୀ ପର୍ୟ୍ୟଟନ ସ୍ଥଳୀ ଭାବେ ରାଜ୍ୟରେ ଉଭାହେବ ଏଥିରେ ଦୁଇମତ ନାହିାଁ

ବିଶେଷ ଆକର୍ଷଣ ଗୁରୁପ୍ରିୟା
ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛିା ଗତ ଦେଢବର୍ଷ ପୂର୍ବେ ପ୍ରାୟ ୨୦୦ କୋଟି ଟଙ୍କାରେ ନିର୍ମିତ ଏହି ସେତୁ ଏବେ ପର୍ୟ୍ୟଟଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ପାଲଟିଯାଇଛି। ଚିତ୍ରକୋଣ୍ଡା ଠାରୁ ୧୫ କିଲୋମିଟରରେ ଦୂର ଜାନବାଇ ଠାରେ ଅବସ୍ଥିତ ଏହି ସେତୁର ଲମ୍ବ ପ୍ରାୟ ୧ କିଲୋମିଟର ଥିବା ବେଳେ ବିସ୍ତିର୍ଣ ଜଳରାଶି ମଧ୍ୟରେ ଏହି ଅତ୍ୟାଧୁନିକ ସେତୁ ଦେଖିବା ପାଇଁ ପର୍ୟ୍ୟଟକଙ୍କ ସୁଅ ଛୁଟୁଛିା ଏକଦା ମାଓଗଡ ଥିବା ଏହି ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏହି ଅଞ୍ଚଳର ବାସ୍ତବ ଚିତ୍ର ବଦଳାଇ ଦେଇଛିା ପର୍ୟ୍ୟଟକଙ୍କ ପାଇଁ ଏହା ସୋନ୍ଦର୍ୟ୍ୟର ଭୂସ୍ୱର୍ଗ ହୋଇଥିବା ବେଳେ ବିଏସଏଫଙ୍କ ଦ୍ୱାରା ଥିବା ସ୍ୱତନ୍ତ୍ର ଲଞ୍ଚ ଦ୍ୱାରା ମଧ୍ୟ ନୌବିହାର କରିବାର ନିଆରା ଅନୁଭୂତି ମିଳିବା ସେହିପରି ଏହି ଅଞ୍ଚଳର ଘୋଡାରେ ସବାରି କରି ଜଙ୍ଗଲ ମଧ୍ୟରେ ବୁଲିବା ପାଇଁ ପର୍ୟ୍ୟଟକଙ୍କ ପାଇଁ ସ୍ୱତନ୍ତ୍ରବ୍ୟବସ୍ଥା କରାଯାଇଛିା

କେମିତି ପହଂଚିବେ ଚିତ୍ରକୋଣ୍ଡା
ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଗୁରୁପ୍ରିୟାର ଦୂରତା ୬୫୦ କିଲୋମିଟରା ତେବେ କେବଳ ରେଳ ଓ ବସ୍ କିମ୍ବା ନିଜସ୍ୱ ଗାଡିରେ ଏଠାରେ ଆସିବାକୁ ହୁଏା ଭୁବନେଶ୍ୱରରୁ ଚିତ୍ରକୋଣ୍ଡାକୁ ରାଜ୍ୟ ସରକାରଙ୍କ ଦୁଇଟି ସରକାରୀ ଏ.ସି. ବସ୍ ଥିବା ବେଳେ ମାଲକାନଗିରି ପାଇଁ ୫ଟି ଏ.ସି ବସର ସୁବିଧା ରହିଛିା ସେହିପରି ହିରାଖଣ୍ଡ ଟ୍ରେନ ଯୋଗେ କୋରାପୁଟ କିମ୍ବା ଜୟପୁର ପର୍ୟ୍ୟନ୍ତ ପହଂଚି ସେଠାରୁ ୧୨୦ କିଲୋମିଟର ଦୂର ଚିତ୍ରକୋଣ୍ଡାକୁ ବସ୍ ସୁବିଧା ରହିଛିା ଭୁବନେଶ୍ୱରର ସମସ୍ତ ବସ୍ ସନ୍ଧ୍ୟା ୬ଟା ରୁ ୮ଟା ମଧ୍ୟରେ ରହିଛିା ସଡକ ପଥରେ ଭୁବନେଶ୍ୱରରୁ ମାଲକାନଗିରି ୧୨ ରୁ ୧୫ ଘଣ୍ଟା ସମୟ ଲାଗିବ।

Comments are closed.