ଟ୍ୱେଣ୍ଟି୨୦ ଦଳରୁ ମାଲିଙ୍ଗା ବାଦ

0

କଲମ୍ବୋ : ଚଳିତମାସ ୧୪ରେ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜର ଏକମାତ୍ର ଟ୍ୱେଣ୍ଟି୨୦ ମ୍ୟାଚ ଖେଳାଯିବ। ଏଥିପାଇଁ ଗୁରୁବାର ଘରୋଇ ଶ୍ରୀଲଙ୍କାର ୧୫ ଜଣିଆ ଦଳ ଘୋଷଣା କରାଯାଇଥିବାବେଳେ ଫାଷ୍ଟ ବୋଲର ଲସିଥ୍‍ ମାଲିଙ୍ଗାଙ୍କୁ ନିରାଶ ହେବାକୁ ପଡିଛି। ତାଙ୍କ ସ୍ଥାନରେ ବାମହାତି ଫାଷ୍ଟ ବୋଲର ବିନୁରା ଫର୍ଣ୍ଣାଣ୍ଡୋଙ୍କୁ ସୁଯୋଗ ପ୍ରଦାନ କରାଯାଇଛି। ସୁସ୍ଥ ହେବାପରେ ଆଞ୍ଜେଲୋ ମାଥ୍ୟୁସ ଓ ଧନଞ୍ଜୟ ଡି’ ସିଲଭା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘୋଷିତ ଦଳ: ଆଞ୍ଜେଲୋ ମାଥ୍ୟୁସ (ଅଧିନାୟକ), ଦିନେଶ ଚାନ୍ଦିମାଲ, ଆକିଲା ଧନଞ୍ଜୟ, ଧନଞ୍ଜୟ ଡି’ ସିଲ୍‍ଭା, ବିନୁରା ଫର୍ଣ୍ଣାଣ୍ଡୋ, ସେହାନ ଜୟସୁରିଆ, ଲାହିରୁ କୁମାରା, ସେହାନ ମଧୁଶଙ୍କା, କୁଶଲ ମେଣ୍ଡିସ, କୁଶଲ ପରେରା (ୱିକେଟରକ୍ଷକ), ଧିସାରା ପରେରା, ଲକ୍ଷଣ ସନ୍ଦାକନ, ସାସୁନ ସନକ, ଉପୁଲ ତରଙ୍ଗା, ଜେଫ୍ରି ଭାନ୍ଦରସେ। ଷ୍ଟାଣ୍ଡବାଇ-ଦିମୁଥ୍‍ କରୁଣାରତ୍ନେ, ଇସୁରୁ ଉଦାନା, ନିରୋସାନ ଡିକ୍‍ୱେଲା ଓ କାସୁନ ରଜିଥା।

Leave A Reply