ଅପ୍ରେଲରେ ବିବାହ କରିପାରନ୍ତି ଅର୍ଜୁନ-ମଲାଇକା

0

ମୁମ୍ବଇ : ବଲିଉଡରେ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ ଚଳିତବର୍ଷ ଅପ୍ରେଲରେ ବିବାହ କରିବାକୁ ଯାଉଥିବା ଜଣାପଡିଛି। ଖ୍ରୀଷ୍ଟିଆନ ରିତିନୀତିରେ ଉଭୟ ବିବାହ କରିବେ ବୋଲି ସୂଚନା ମିଳିଛି। ଦୀର୍ଘଦିନ ଧରି ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ଗତବର୍ଷ ଇଟାଲୀରୁ ନିଜ ଜନ୍ମଦିନ ଛୁଟି କାଟି ଫେରୁଥିବା ବଲିଉଡର ମୁନ୍ନିଙ୍କୁ ମୁମ୍ବାଇ ଏୟାର୍ପୋର୍ଟରେ ଅର୍ଜୁନ କପୁର୍ଙ୍କ ସହ ଦେଖିବାକୁ ମିଳିଥିଲା।
ଅର୍ଜୁନ କପୁର ନିଜ ଠାରୁ ୧୨ ବର୍ଷ ବଡ଼ ମଲାଇକାଙ୍କ ପ୍ରେମରେ ପାଗଳ ହେଉଥିବା ବେଳେ ଅପ୍ରେଲରେ ଏହି ଦୁଇ ଯୋଡ଼ି ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

Leave A Reply