ମଲେଇ ସାଲାଡ଼୍‍

ଆବଶ୍ୟକ ସାମଗ୍ରୀ
କାକୁଡ଼ି – ୩ଟି
ଗାଜର – ୧ଟି
ମକା ମଞ୍ଜି (ସୁଇଟି କନ୍‍) – ୧ କପ
ସିଝା ଆଳୁ – ୧ଟି
ମିଓନିଜ୍‍ ସସ୍‍ – ଅଧ କପ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା – ଧନିଆ ପତ୍ର
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ଚିନି – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗାଜର, କାକୁଡ଼ି,ସିଝା ଆଳୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ପାତ୍ରରେ ଏକ କପ ପାଣି ସାମାନ୍ୟ ଲୁଣ ପକାଇ ଫୁଟାନ୍ତୁ। ଫୁଟିବା ପରେ ଏଥିରେ ଗାଜର ଓ ମକାକୁ ପକାଇ ୨ମିନିଟ ସିଝାନ୍ତୁ। ସିଝିବା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ପାଣିରୁ ଛାଣି ଏକ ପାତ୍ରରେ ସିଝା ଗାଜର, କାକୁଡ଼ି ରଖନ୍ତୁ। ଏବେ ଏକ ପାତ୍ର ନିଅନ୍ତୁ, ସେଥିରେ ମିଓନିସ ସସ୍‍, ପାତ୍ରରେ ରଖିଥିବା କାକୁଡ଼ି, ଗାଜର, ସିଝା ଆଳୁ ପକାଇ ସାମାନ୍ୟ ଲୁଣ, ଅଳ୍ପ ଚିନି, ଲେମ୍ବୁ ରସ, ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଭଲ ଭାବେ ଗୋଳାଇବା ଏହା ଉପରେ କଟା ଧନିଆ ପତ୍ର ସଜାଇ ଦିିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଲେଇ ସାଲାଡ୍‍଼।

Comments are closed.