ପଶୁପକ୍ଷୀମାନଙ୍କୁ ଖୁସି ରଖିଲେ ଜୀବନ ହେବ ସୁଖମୟ; କଷ୍ଟ ଦେଲେ ଭୋଗିବେ ଦୁର୍ଦ୍ଦଶା

ଅନେକ ଲୋକ ଘରେ ପୋଷା ଜୀବଜନ୍ତୁ ରଖିବାକୁ ଭଲପାଆନ୍ତି। କିନ୍ତୁ ତାଙ୍କର ଉଚିତ୍ ଯତ୍ନ ନେଇ ପାରନ୍ତି ନାହିଁ। ଫଳରେ ସେମାନେ ଅବହେଳିତ ହୁଅନ୍ତି। ଆଉ କିଛି ଲୋକ ମଧ୍ୟ ପଶୁ ପକ୍ଷୀମାନଙ୍କ ସହ ଖୁବ୍ ଖରାପ ବ୍ୟବହାର କରନ୍ତି। ହେଲେ କ’ଣ ଆପଣ ଜାଣନ୍ତି ଜୀବ ଜନ୍ତୁମାନଙ୍କୁ କଷ୍ଟ ଦେଲେ ତା’ର କୁପରିଣାମ ଆମକୁ ଭୋଗିବାକୁ ପଡ଼େ। ସେମାନଙ୍କୁ ଅବହେଳା କଲେ କିମ୍ବା କଷ୍ଟ ଦେଲେ ଆମ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ଅପର ପକ୍ଷରେ ପଶୁପକ୍ଷୀମାନଙ୍କୁ ଆଦର କଲେ ଓ ଯତ୍ନ ନେଲେ ଜୀବନର ଅନେକ ସମସ୍ୟା ଦୂର ହେବା ସହ ଆମର ଅନେକ ଉପକାର ହୋଇଥାଏ। ତେବେ ଆସନ୍ତୁ ଜାଣିବା, ପଶୁପକ୍ଷୀମାନଙ୍କ ଯତ୍ନ ନନେଲେ ବା ସେମାନଙ୍କୁ କଷ୍ଟ ଦେଲେ କେଉଁସବୁ ଅସୁବିଧା ହୋଇଥାଏ ଓ ସେମାନଙ୍କ ଯତ୍ନ ନେଲେ ଆମକୁ କି ଲାଭ ମିଳିଥାଏ –

ଏହିସବୁ ଅସୁବିଧାମାନ ଦେଖାଦିଏ :

-ବିନା କୌଣସି କାରଣରେ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ।
-ବିନା କାରଣରେ ରୋଗ ହୋଇଥାଏ।
-ଔଷଧ ଓ ରୋଗରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ।
-ଲୋକମାନେ ଋଣଗ୍ରସ୍ତ ହୁଅନ୍ତି।
-ମାନସିକ ଅଶାନ୍ତି ଦେଖାଦିଏ।

ଏହିସବୁ ଲାଭ ମିଳିଥାଏ :

-ପଶୁଙ୍କ ଯତ୍ନ ନେଲେ ଶନି ଦଶା କମ୍ ହୋଇଥାଏ।
-ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ମିଳେ।
-ସେମାନଙ୍କୁ ଖାଦ୍ୟ ଦେଲେ ଜୀବନରେ ଖାଦ୍ୟର ଅଭାବ ହୁଏ ନାହିଁ।
-ପକ୍ଷୀଙ୍କୁ ଦାନା ଦେଲେ ରାହୁର ପ୍ରଭାବ କମ୍ ହୋଇଥାଏ।
-ପକ୍ଷୀଙ୍କୁ ପିଞ୍ଜରାରୁ ମୁକ୍ତ କଲେ ଋଣ ଓ ମକଦ୍ଦମାରୁ ରକ୍ଷା ମିଳିଥାଏ। ଏହା ସହିତ ଘରୁ କଳହ ଦୂର ହୋଇଥାଏ।

Comments are closed.