ମକର ସଂକ୍ରାନ୍ତି ମହୋତ୍ସବର ଶୁଭାରମ୍ଭ

0

ତାଳପଦର : ବରଗଡ଼ ଜିଲାର ବିଜେପୁର ଥାନା ଅନ୍ତର୍ଗତ ତାଳପଦର ଗ୍ରାମର ଆଦିବାସୀ ପଡ଼ାରେ ଥିବା ହନୁମାନ ମନ୍ଦିର ସମ୍ମୁଖରେ  ମକର ମହୋତ୍ସବ ଆରମ୍ଭ ହୋଇଛି। ଦିନ ୧ଟା ସମୟରେ ମହିଳାମାନେ ପୂର୍ଣ୍ଣ କଳସରେ ଜଳ ଆଣି ଅଧିବାସ କରିଥିଲେ। ପୂଜାର କର୍ତ୍ତା ଭାବେ କ୍ଷିତିପତି ରଣା ଏବଂ ତାଙ୍କ ପତ୍ନୀ ଭୁବନେଶ୍ୱରୀ ରଣା ଦାୟିତ୍ବ ନିର୍ବାହ କରୁଥିବା ବେଳେ  ପଣ୍ଡିତ ପୀତବାସ ମିଶ୍ର, ପ୍ରେମାନନ୍ଦ ମିଶ୍ର ,ପୂଜାରୀ ଫକୀର ମହାପାତ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଛନ୍ତି। ଗଞ୍ଜିଆ ବାରିକ ସହଯୋଗ କରିଛନ୍ତି। ରବିବାର ନାମ ଯଜ୍ଞ ହୋଇ ସୋମବାର ଦିନ ପୂର୍ଣ୍ଣାହୁତି ହେବ।

Leave A Reply