ମକର ଚାଉଳ

0

ବାସୁମତୀ ଅରୁଆ ଚାଉଳ – ୪କପ
ନଡ଼ିଆ କୋରା – ୧କପ
ଚିନି –୧କପ
ଗୁଜୁରାତି ଗୁଣ୍ଡ – ଅଳ୍ପ
ରସଗୋଲା – ୪ଟି
କଦଳୀ – ୩ଟି
ନିଜ ପସନ୍ଦ ମୁତାବକ ଫଳ – ଆବଶ୍ୟକ ପରିମାଣରେ
ଗୁଡ଼ – ଅଳ୍ପ
ଛେନା – ୨କପ
ଗୋଲମରିଚ – ଅଳ୍ପ
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ଚାଉଳକୁ ୧ ଘଣ୍ଟା ବତୁରାଇ ଏହାକୁ ଛାଣି ରଖିଦିଅନ୍ତୁ। ଏହା ପରେ ଏକ ବଡ଼ ପାତ୍ରରେ ଛେନା , ଚିନି, ବତୁରାଇଥିବା ଚାଉଳ, ନଡ଼ିଆ କୋରା, ଗୁଜୁରାତି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ରସଗୋଲା, କଦଳୀ , ଅଳ୍ପ ଗୁଡ଼, ବିଭିନ୍ନ ପ୍ରକାରର ଫଳ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମକର ଚାଉଳ।

Leave A Reply