ଓଡ଼ିଶାରେ ମକର ସଂକ୍ରାନ୍ତି….

0

ଓଡ଼ିଶାରେ ପାଳନ କରାଯାଉଥିବା ପ୍ରମୁଖ୍ୟ ପର୍ବ ମାନଙ୍କ ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ। ରାଜ୍ୟର ସମସ୍ତ ପ୍ରାନ୍ତରେ ଏହାକୁ ଅତି ଆନନ୍ଦ-ଉଲ୍ଲାସ ସହକାରେ ପାଳନ କରାଯାଏ। ଏକ କୃଷି ଭିତ୍ତିକ ପର୍ବ ଭାବେ ଏହାକୁ ଓଡ଼ିଶାରେ ପାଳନ କରାଯାଏ। ଫସଲ ଅମଳ ପରେ ଉତ୍ପାଦିତ ହୋଇଥିବା ପ୍ରଥମ ଧାନରୁ ପ୍ରସ୍ତୁତ ଚାଉଳ, ନୂଆ ଆଖୁର ପ୍ରସ୍ତୁତ ଗୁଡ଼, କଦଳୀ, ଛେନା ଓ ଘିଅ ଆଦିକୁ ମିଶାଇ ‘ମକର ଚାଉଳ’ ପ୍ରସ୍ତୁତ କରା ଯାଇଥାଏ। ଏହି ମକର ଚାଉଳକୁ ସୂର୍ଯ୍ୟ ଭଗବାନଙ୍କୁ ନୈବେଦ୍ୟ ଭାବେ ଅର୍ପଣ କରାଯାଏ। ଏହିଦିନ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ଦେବତାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବିଶେଷ ରୀତି-ନିତିରେ ପୂଜାର୍ଚ୍ଚନା ହୋଇ ବିଭିନ୍ନ ଭୋଗ ଲାଗି ହୋଇଥାଏ। ମକର ସଂକ୍ରାନ୍ତି ଦିନ ବନ୍ଧୁତ୍ୱର ସମ୍ପର୍କକୁ ମଜବୁତ୍‍ କରିବା ପାଇଁ ବନ୍ଧୁମାନେ ପରସ୍ପର ହାତରେ ସୂତା ବାନ୍ଧିବା ସହ ପରସ୍ପରକୁ ମକର ଚାଉଳ ଖୁଆଇ ଥାଆନ୍ତି। ରାଜ୍ୟର କିଛି ସ୍ଥାନରେ ଲୋକେ ଏହି ଦିନରେ ଗୁଡ଼ି ଉଡ଼ାଇ ମଉଜମସ୍ତି କରିଥାଆନ୍ତି। ଗୁଡ଼ି ଉଡ଼ାଣର ପ୍ରତିଯୋଗୀତା ମଧ୍ୟ ଏହିଦିନରେ କରାଯାଏ। ଏଥିସହିତ ବିଭିନ୍ନ ସ୍ଥାନରେ ମକର ମେଳା ଆୟୋଜିତ ହୋଇଥାଏ।

ଉପସ୍ଥାପନା –ପ୍ରତିଜ୍ଞା ମିଶ୍ର

Leave A Reply