କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

0

ଭାରତରେ ପ୍ରତିବର୍ଷ ୨ହଜାରରୁ ଅଧିକ ପର୍ବପର୍ବାଣି ପାଳନ କରାଯାଇଥାଏ। ଯେକୌଣସି  ପର୍ବପର୍ବାଣି ପାଳନ କରିବା ପଛରେ କିଛି ନା କିଛି କାରଣ ରହିଥାଏ। କେତେକ ପର୍ବପର୍ବାଣି ପରମ୍ପରା ଅନୁସାରେ ପାଳନ କରାଯାଉ ଥିବାବେଳେ ଅନ୍ୟକେତେକ ପର୍ବ ପାଳନ କରିବା ପଛରେ ଜ୍ଞାନ, ବିଜ୍ଞାନ, ସ୍ୱାସ୍ଥ୍ୟ ସହ ଜଡିତ ଅନେକ କାରଣ ଲୁଚିରହିଥାଏ। ଭାରତରେ ପାଳନ କରାଯାଉଥିବା ପର୍ବପର୍ବାଣି ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ। ଏହା ପୌଷ ମାସରେ ସୂର୍ଯ୍ୟଙ୍କର ମକର ରାଶିରେ ପ୍ରବେଶ କରିବା କାରଣରୁ ପାଳନ କରାଯାଇଥାଏ। ଏମିତିରେ ସଂକ୍ରାନ୍ତି ପ୍ରତି ମାସରେ ପଡିଥାଏ। ମାତ୍ର ମକର ଏବଂ କର୍କଟ ରାଶିରେ ଏହାର ପ୍ରବେଶର ବିଶେଷ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଏହାର ମହତ୍ୱ।

ମକରସଂକ୍ରାନ୍ତିର ମହତ୍ୱ-

ମକରସଂକ୍ରାନ୍ତି ପର୍ବ କୃଷକ ମାନଙ୍କ ପାଇଁ ମହତ୍ୱପୂର୍ଣ୍ଣ ଅଟେ। ଏହିଦିନ କୃଷକ ମାନେ କ୍ଷେତକୁ ଫସଲ କାଟିବା ପାଇଁ ଯାଇଥାନ୍ତି। ଏହି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ। ହିନ୍ଦୁ ମାନଙ୍କ ପାଇଁ ସୂର୍ଯ୍ୟ ଦେବତା କିରଣ, ଶକ୍ତି ଏବଂ ଜ୍ଞାନର ପ୍ରତୀକ ଅଟନ୍ତି। ଏହି ପର୍ବ ସମସ୍ତଙ୍କୁ ଅନ୍ଧାରରୁ ଆଲୋକ ଆଡକୁ ଯିବାର ପ୍ରେରଣା ଦେଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉଦୟ ହେବା ଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ପରିବେଶ ଅତ୍ୟନ୍ତ ମନୋରମ ଦେଖାଯାଇଥାଏ। ଅର୍ଥାତ ଏହିଦିନ ଦିବ୍ୟ ଶକ୍ତି ପ୍ରକଟ ହୁଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଯେଉଁ ବ୍ୟକ୍ତି କିଛି ଆଧ୍ୟାତ୍ମିକ କାର୍ଯ୍ୟ କରୁଛନ୍ତି ସେମାନେ ଏହି ଦିନର ଲାଭ ଉଠାଇ ପାରିବେ ଅର୍ଥାତ ଏହି ଦିନଟି ସେମାନଙ୍କ ପାଇଁ ଶୁଭ ରହିବ।

ଉପସ୍ଥାପନା- ରାଜେଶ କୁମାର ବେହେରା

Leave A Reply