ମକର ସଂକ୍ରାନ୍ତିରେ ଗୁଡି ଉଡେଇବାର କାରଣ ଓ ମହତ୍ତ୍ବ

0

ମକର ସଂକ୍ରାନ୍ତି ଉତ୍ସବ ସାରା ଦେଶରେ ବଡ ଧୁମଧାମରେ ପାଳନ କରାଯାଏ । କେତେକ ସହରରେ ଏହି ଦିନ ଗୁଡି ଉଡାଇବାର ପରମ୍ପରା ରହିଛି । ସେଥିପାଇଁ ଏହି ପର୍ବକୁ ଗୁଡି ଉଡା ପର୍ବ ମଧ୍ୟ କୁହାଯାଏ । ଏଥିପାଇଁ ବଜାରରେ ବିଭିନ୍ନ ରଙ୍ଗ ବେରଙ୍ଗ ଗୁଡି ବିକ୍ରି ହୋଇଥାଏ । ଏହି ଅବସରରେ ଲୋକେମାନେ ସାଙ୍ଗ ଓ ପରିବାର ସହ ଗୁଡି ଉଡାଇଥାନ୍ତି ।

ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ଧାର୍ମିକ ମହତ୍ତ୍ବ

ମାନ୍ୟତା ଅନୁଯାୟୀ ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପରମ୍ପରା ଭଗବାନ ଶ୍ରୀ ରାମଙ୍କ ସମୟରୁ ଆରମ୍ଭ ହୋଇଥିଲା। ତାମିଲର ତନ୍ଦନାନ୍ ରାମାୟଣ ଅନୁଯାୟୀ, ଏହି ଦିନ ଶ୍ରୀରାମ ଗୁଡି ଉଡାଇ ଥିଲେ ଏବଂ ସେହି ଗୁଡି ଇନ୍ଦ୍ରଲୋକରେ ପହଞ୍ଚିଥିଲା ।

ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ଶାରୀରିକ ଲାଭ

ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ଶରୀର ପାଇଁ ଲାଭଦାୟକ ବୋଲି କୁହାଯାଏ । ସକାଳର ସୂର୍ଯ୍ୟକିରଣରେ ଗୁଡି ଉଡାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ । ଏହା ସହ ଭିଟାମିନ ଡି ମଧ୍ୟ ମିଳିଥାଏ । ସୂର୍ଯ୍ୟକିରଣ ଶରୀରରେ ପଡିବା ଦ୍ବାରା ଚର୍ମ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ ।

ପ୍ରେମର ବାର୍ତ୍ତା ଗୁଡି

ଗୁଡିକୁ ମୁକ୍ତ, ଖୁସୀ ଓ ଶୁଭ ବାର୍ତ୍ତାର ପ୍ରତୀକ ବୋଲି କୁହାଯାଏ । କେତେକ ସ୍ଥାନରେ ଲୋକ ଏହି ଅବସରରେ ତ୍ରିରଙ୍ଗା ଗୁଡି ଉଡାଇଥାନ୍ତି । କୁହାଯାଏ ଯେ, ଗୁଡି ଉଡାଇବା ଦ୍ବାରା ମସ୍ତିଷ୍କ ସନ୍ତୁଳିତ ରହିବା ଦ୍ବାରା ହୃଦୟ ଉତଫୁଲିତ ରହିଥାଏ ।

pic courtesy outlook india

ମକର ସଂକ୍ରାନ୍ତି ଦିନ ପିଲାମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ମେଳାର ଆୟୋଜନ କରାଯାଏ । ଏହି ଅବସରରେ ଲୋକେ ନାଚଗୀତ ମଧ୍ୟ କରିଥାନ୍ତି । ଏହି ଦିନ ପବିତ୍ର ନଦୀରେ ସ୍ନାନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ମକର ସଂକ୍ରାନ୍ତି ଦିନ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି ।

Leave A Reply