ମକର ସଂକ୍ରାନ୍ତି : ପର୍ବ ଏକ ନାମ ଅନେକ

0

ପାଖେଇ ଆସୁଛି ମକର ସଂକ୍ରାନ୍ତି। ଦେଶର ଅନେକ ରାଜ୍ୟରେ ଏହାକୁ ଖୁବ୍‍ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ତେଣୁ ଏନେଇ ପ୍ରସ୍ତୁତି ମଧ୍ୟ ଜୋର୍‍ ଧରିଛି। ତେବେ କ’ଣ ଆପଣ ଜାଣନ୍ତି, ଆମେ ମକର ସଂକ୍ରାନ୍ତି ଭାବେ ପାଳନ କରୁଥିବା ପର୍ବକୁ ଅନ୍ୟ ରାଜ୍ୟ ମାନଙ୍କରେ ଭିନ୍ନ ଭନ୍ନ ନାମରେ ପାଳନ କରାଯାଇଥାଏ। ଚାଲନ୍ତୁ ଜାଣିବା କେଉଁ ରାଜ୍ୟରେ ମକର ସଂକ୍ରାନ୍ତିକୁ କେଉଁ ନାମରେ ପାଳନ କରାଯାଏ –

ବିଭିନ୍ନ ରାଜ୍ୟର ଲୋକେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରିଥା’ନ୍ତି। ତାମିଲନାଡ଼ୁରେ ଏହାକୁ ପୋଙ୍ଗଲ୍‍ ବା ଉଝାଭର୍‍ ତିରୁନାଲ୍‍ ନାମରେ ପାଳନ କରାଯାଉଥିବା ବେଳେ କେରଳ ଓ ଆନ୍ଧ୍ର ପ୍ରଦେଶରେ ଏହାକୁ ସଂକ୍ରାନ୍ତି ନାମରେ ପାଳନ କରାଯାଏ। ସେହିପରି କର୍ଣ୍ଣାଟକରେ ଏହା ମକର ସଂକ୍ରମଣ ନାମରେ ପାଳିତ ହୋଇଥାଏ। ଆସାମରେ ମାଘ ବିହୁ ତଥା ଭୋଗାଲୀ ବିହୁ ନାମରେ ପାଳନ କରାଯାଏ। କାଶ୍ମୀରରେ ଶିଶୁର୍‍ ସେଂକ୍ରାନ୍ତ, ଅରୁଣାଞ୍ଚଳ ପ୍ରଦେଶରେ ମକର ସଂକ୍ରାନ୍ତି, ତ୍ରିପୁରାରେ ପୌଷ ସଂକ୍ରାନ୍ତି, ଗୁଜରାଟରେ ଉତ୍ତରାୟଣ ନାମରେ ପାଳିତ ହୁଏ। ସେହିପରି ପଞ୍ଜାବ, ହିମାଚଳ ପ୍ରଦେଶ ଓ ହରିୟାଣାରେ ଏହାକୁ ମାଘି ନାମରେ ପାଳନ କରାଯାଏ।

ଉପସ୍ଥାପନା – ପ୍ରତିଜ୍ଞା ମିଶ୍ର

Leave A Reply