୨୬ବର୍ଷୀୟ ର‍୍ୟାପ ଗାୟକ ମେକ ମିଲରଙ୍କ ପରଲୋକ

0

ନୂଆଦିଲ୍ଲୀ : ଆମେରିକୀୟ ଲୋକପ୍ରିୟ ର‍୍ୟାପ ଗାୟକ ମେକ ମିଲରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ହୋଇଥିଲା। ଗାୟକ ମେକ ମିଲରଙ୍କ ମୃତଦେହ ତାଙ୍କ ଘରୁ ପୁଲିସ ଜବତ କରିଛି। ପୁଲିସର କହିବା ଅନୁସାରେ ଏହି ଘଟଣାରେ ତଦନ୍ତ ଦାୟିତ୍ୱ ଏକ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ର‍୍ୟାପ ଗାୟକ ମେକ ମିଲରଙ୍କ ପ୍ରକୃତ ନାମ ମାକଲମ୍‍ ମୌକାମିକ୍‍। ସେ ପିଟସ୍‍ବର୍ଗ ସହରରେ ଜନ୍ମ ହୋଇଥିଲେ। ୨୦୧୨ରେ ମେକଙ୍କ ପ୍ରଥମ ଆଲବମ ‘ବ୍ଲ୍ୟୁ ସାଇଡ ପାର୍କ’ ମୁକ୍ତିଲାଭ ହୋଇଥିଲା। ସେତେବେଳେ ମେକଙ୍କୁ ୧୯ ବର୍ଷ ହୋଇଥିଲା। ପୂର୍ବ ବର୍ଷ ମେକ୍‍ଙ୍କର ପଞ୍ଚମ ଆଲବମ ‘ସ୍ୱାମ୍ବିଂ’ର ମୁକ୍ତିଲାଭ କରିଥିଲା। ମେକ୍‍ ମିଲର ନିଜର ଗାୟକ ଜୀବନ ସହ ନିଜ ପ୍ରେମ ଜୀବନରେ ମଧ୍ୟ ସବୁ ସମୟରେ ଚର୍ଚ୍ଚାରେ ରହୁଥିଲେ। ମେକ୍‍ ଓ ଗାୟିକା ଏରିୟାନା ଗ୍ରାଣ୍ଡଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Leave A Reply